www.samajalive.in
Friday, December 12, 2025
26.1 C
Bhubaneswar

ତୀରନ୍ଦାଜ ରାଜ୍ୟ ଚାମ୍ପିଅନସିପ ପାଇଁ କଳାହାଣ୍ଡି ଦଳ ଘୋଷିତ

ଲାଞ୍ଜିଗଡ: ଆସନ୍ତା ୨୧ରୁ ୨୪ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଳକ ଜୟପୁର ସ୍ଥିତ ଜନତା ସରକାରୀ ବିଦ୍ୟାଳୟଠାରେ ହେବାକୁ ଥିବା ରାଜ୍ୟ ତୀରନ୍ଦାଜ ଚାମ୍ପିଅନସିପ ପାଇଁ କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ କଳାହାଣ୍ଡି ଦଳ ଘୋଷଣା କରାଯାଇଛି। ଏହି ଦଳରେ ଲାଞ୍ଜିଗଡ ବ୍ଳକର ୩ ଗୋଟି ବିଦ୍ୟାଳୟର ତଥା ଲାଞ୍ଜିଗଡ ସରକାରୀ ଏସଏସଡି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ, ଲାଞ୍ଜିଗଡ ନୋଡାଲ ବିଦ୍ୟାଳୟ ଓ ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟର ୧୧ ଜଣ ବାଳିକା ଓ ୮ ଜଣ ବାଳକ ମନୋନୀତ ହୋଇଛନ୍ତି। ୧୪ ବର୍ଷରୁ କମ ବିଭାଗରେ ବାଳକ ଥବିର ମାଝୀ, ରୋହିତ ମାଝୀ, ରଜନୀକାନ୍ତ ଭୋଇ ରହିଥିବା ବେଳେ ବାଳିକା ବିଭାଗରେ ଆରତୀ ମୁଣ୍ଡା, ପୁନମ ନାଏକ, ସୁପ୍ରିୟା ଦଣ୍ଡସେନା,ପାୟଲ ହରିଜନ, ତନିଶା ରାଉତ ରହିଛନ୍ତି। ସେହିପରି ଇଣ୍ଡିଆ ରାଉଣ୍ଡର ଅଣ୍ଡର ୧୭ ବର୍ଷ ବାଳକ ବିଭାଗରେ ବିକ୍ରମ ମାଝୀ, ଇଶାନ ହରପାଲ, ଦାଶରଥି ମାଝୀ, ଚନ୍ଦ୍ରକାନ୍ତ ଭୋଇ ରହିଥିବା ବେଳେବାଳିକା ବିଭାଗରେ ଜୁଲି ମୁଣ୍ଡା, ସାନୁ ମାଝୀ, ଲିଜା ଦଳପତି, ରଚନା ମାଝୀ ରହିଛନ୍ତି।ସେହିପରି ଅଣ୍ଡର ୧୭ ବର୍ଷ ରିକର୍ଭରେ ବାଳକ ବିଭାଗରେ ସୁଦର୍ଶନ ମାଝୀ ରହିଥିବା ବେଳେ ବାଳିକା ବିଭାଗରେ ଆରତୀ ମୁଣ୍ଡା, ପ୍ରିୟସା ନାଏକ ରହିଛନ୍ତି। ଏହି ଖେଳାଳି ମାନଙ୍କ କୋଚ୍ ଶୀମାଞ୍ଚଳ କାଟ୍ରାକା ରହିଥିବା ବେଳେ ଶୀମାଞ୍ଚଳ ଗତ ୨୦୧୭ ମସିହା ସର୍ଵଭାରତୀୟ ବିଶ୍ୱବିଦ୍ୟାଳୟ ତିରନ୍ଦାଜ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିଲେ।ବର୍ତ୍ତମାନ ଶୀମାଞ୍ଚଳ ବେଦାନ୍ତ ଲିମିଟେଡ଼ ଦ୍ବାରା ପରିଚାଳିତ ତିରନ୍ଦାଜ ପ୍ରଶିକ୍ଷଣ ଶିବିରରେ ତାଲିମଦାତା ଭାବେ କାର୍ଯ୍ୟ କରୁଛନ୍ତି। ଏହି ରାଜ୍ୟ ସ୍ତରୀୟ ଟିମ ପାଇଁ ଖେଳ ଶିକ୍ଷକ ଜୟଲାଲ ଭୋଇ ଓ ଖେଳ ଶିକ୍ଷୟିତ୍ରୀ ନଳିନୀ ମୁଣ୍ଡଛିନା ମନୋନୀତ ହୋଇଛନ୍ତି। ଆଜି କଳାହାଣ୍ଡି ଜିଲ୍ଲା ଆଥଲେଟିକ ଏସୋସିଏସନ ପକ୍ଷରୁ ଲାଞ୍ଜିଗଡ ସ୍ଥିତ ସରକାରୀ ଏସଏସଡି ସ୍କୁଲରେ ଏହି ଚୟନ କାର୍ଯ୍ୟକ୍ରମ ରହିଥିବା ବେଳେ ଆଇପି ସଞ୍ଜୟ ମିଶ୍ର, ପୂର୍ବତନ ଆଇପି ମହେନ୍ଦ୍ର କୁମାର ପଣ୍ଡା, ଏସଏସଡି ସ୍କୁଲ ପ୍ରଧାନ ଶିକ୍ଷକ ପାର୍ଥବ ତାଣ୍ଡି, ବ୍ଳକ ଏବିଇଓ ଭରତ ଭୂଷଣ ସାହୁ, ଏବିଇଓ ସୁଧଳଦେବ ମୁଣ୍ଡ, ଏବିଇଓ/ବିଆରସିସି ଦ୍ରୋଣ ରଣା, ବେଦାନ୍ତ ସିଏସଆର ପକ୍ଷରୁ ଅଭିନଭ ପ୍ରତାପ, ଶିକ୍ଷୟିତ୍ରୀ ମମତା ମାଝୀ, ଲାଞ୍ଜିଗଡ ଉଚ୍ଚ ବିଦ୍ୟାଳୟର ଖେଳ ଶିକ୍ଷୟିତ୍ରୀ ବନିତା ଧଙ୍ଗଡାମାଝୀ, ଖେଳ ଶିକ୍ଷକ ଜୟଲାଲ ଭୋଇ, ଖେଳ ଶିକ୍ଷକ ଅଶ୍ୱିନୀ ପ୍ରଧାନ, ଖେଳ ଶିକ୍ଷୟିତ୍ରୀ ଧରିତ୍ରୀ ବିଶ୍ୱାଳ, ନଳିନୀ ମୁଁଛିନା ପ୍ରମୁଖ ଉପସ୍ଥିତ ଥିଲେ।

Hot this week

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

କମୁନି ‘ଧୁରନ୍ଧର’ର କ୍ରେଜ୍।

ମୁମ୍ବାଇ :କମୁନି 'ଧୁରନ୍ଧର'ର କ୍ରେଜ୍। ଡିସେମ୍ବର ୫ରେ ରିଲିଜ ଛି 'ଧୁରନ୍ଧର'।...

ସାଉଥ୍ ଏସିଆନ୍‌ ମୈତ୍ରୀ ସମ୍ମିଳନୀ ଉଦ୍‌ଘାଟିତ: ଯୋଗଦେଲେ ବିଭିନ୍ନ ରାଜ୍ୟର ଶତାଧିକ ପ୍ରତିନିଧି

ବ୍ରହ୍ମପୁର: ଶୁକ୍ରବାର ଗଞ୍ଜାମ ଜିଲ୍ଲାର ଗୋପାଳପୁର ବେଳାଭୂମିଠାରେ ୩୫ତମ ସାଉଥ୍ ଏସିଆନ୍...

ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକଙ୍କ ମୃତ୍ୟୁ

କେନ୍ଦ୍ରାପଡା: ନିର୍ମାଣାଧିନ ପାଣିଟାଙ୍କିରୁ ଖସି ଯୁବକର ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା...

Related Articles

Popular Categories