www.samajalive.in
Sunday, December 14, 2025
26.1 C
Bhubaneswar

ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଏନଏସଏସ ପକ୍ଷରୁ ବେଳାଭୂମି ସଫେଇ

ଗୋପାଳପୁର: ଆନ୍ତର୍ଜାତୀୟ ବେଳାଭୂମି ସ୍ବଚ୍ଛତା ଦିବସ ପାଳନ ଅବସରରେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ଏନଏସଏସ ବ୍ୟୁରୋ ପକ୍ଷରୁ ଗୋପାଳପୁର ବେଳାଭୂମିରେ ସଫେଇ ଅଭିଯାନ ଅନୁଷ୍ଠିତ ହୋଇଯାଇଛି। କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ସଫେଇ ଅଭିଯାନକୁ ଆରମ୍ଭ କରିଥିଲେ। ଏଥିରେ ଏନଏସଏସ ବ୍ୟୁରୋ ଅଧିନରେ ଥିବା ୧୨ଟି କଲେଜରୁ ୧୫୦ ଜଣ ସ୍ବେଚ୍ଛାସେବୀ ଯୋଗ ଦେଇଥିଲେ। ଜନସାଧାରଣ ତଥା ଗୋପାଳପୁର ବୁଲିବାକୁ ଆସୁଥିବା ପର୍ଯ୍ୟଟକଙ୍କ ମଧ୍ୟରେ ସଚେଚନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ସ୍ବେଚ୍ଛାସେବୀମାନେ ବିଭିନ୍ନ ସ୍ଲୋଗାନ ଦେଇ ଗୋପାଳପୁର ବସଷ୍ଟାଣ୍ଡରୁ ଏକ ବିରାଟ ରାଲିରେ ବାହାରି ସହର ପରିକ୍ରମା କରିବା ପରେ ଗୋପାଳପୁର ବେଳାଭୁମିରେ ପହଞ୍ଚିଥିଲେ। ବସଷ୍ଟାଣ୍ଡ ଠାରେ କୁଳପତି ପ୍ରଫେସର ଗୀତାଞ୍ଜଳୀ ଦାଶ ପତାକା ଦେଖାଇ ଏହି ରାଲିକୁ ଶୁଭାରମ୍ଭ କରିଥିଲେ। ଏହାପରେ ଏନଏସଏସ ସ୍ବଚ୍ଛାସେବୀମାନେ ବେଳାଭୂମିକୁ ସଫା ରଖିବା ପାଇଁ ମିଳିତ ଭାବେ ଶପଥ ପାଠ କରିଥିଲେ। ଏନଏସଏସ ବ୍ୟୁରୋ ସଂଯୋଜକ ଡକ୍ଟର ଜୟନ୍ତ କୁମାର ପଣ୍ଜାଙ୍କ ତତ୍ତ୍ବବଧାନରେ ଗୋପାଳପୁର ଉପକୁଳର ପ୍ରାୟ ଦୁଇ କିଲୋମିଟର ଲମ୍ବା ବେଳାଭୁମିକୁ ପ୍ଲାଷ୍ଟିକ ମୁକ୍ତ ତଥା ଅନ୍ୟାନ୍ୟ ଆବର୍ଜନା ସଫା କରିବା ପାଇଁ ସଫେଇ ଅଭିଯାନ ଆରମ୍ଭ ହୋଇଥିଲା।

Hot this week

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

Related Articles

Popular Categories