www.samajalive.in
Thursday, December 11, 2025
18.1 C
Bhubaneswar

ମୋ ଦେଶ ମୋ ମାଟି କାର୍ଯ୍ୟକ୍ରମ ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ

କଲମପୁର: ବି.ଜେ.ପି ପକ୍ଷରୁ ସାଧାରଣ ଲୋକଙ୍କ ନିକଟତର ହେବା ନେଇ ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ‘ମୋ ଦେଶ ମୋ ମାଟି’ କାର୍ଯ୍ୟକ୍ରମ ପାଇଁ ମଙ୍ଗଳବାର କଲମପୁର ମଣ୍ଡଳର କଲମପୁର ଧାନ ମଣ୍ଡି ଠାରେ ଏବଂ ବିଜମରା ମଣ୍ଡଳର ବଡକୁଟୃ ଧାନ ମଣ୍ଡି ଠାରେ ଦୁଇଟି ପର୍ଯ୍ୟାୟରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେଇଯାଇଛି। କଲମପୁର ଧାନ ମଣ୍ଡି ଠାରେ ଆୟୋଜିତ ଏହି ବୈଠକରେ ମଣ୍ଡଳ ସଭାପତି କମଳ ବାଗ ଅଧ୍ୟକ୍ଷତା କରିଥିବା ବେଳେ ଜିଲ୍ଲା ସାଧାରଣ ସଂପାଦକ ସୁଧିର ରଞ୍ଜନ ପାଟ୍ଟଯୋଷୀ, ଜିଲ୍ଲା ଯୁବ ସଭାପତି ବିଜୟ ଦେବ ସାହୁ ପ୍ରମୁଖ ଯୋଗ ଦେଇ କାର୍ଯ୍ୟକ୍ରମ ଆୟୋଜନ ନେଇ ଆଲୋଚନା କରିଥିଲେ। ଏହି କାର୍ଯ୍ୟକ୍ରମ ସଫଳ ହେବା ନେଇ କଲମପୁର ମଣ୍ଡଳର ବନ୍ଧକନା, ହାରାମାଲ, ପଣ୍ଡିଗାଁ, କଲମପୁର ଏବଂ ଦେପୁର ପଂଚାୟତ ପାଇଁ ସ୍ୱତନ୍ତ୍ର କମିଟି ଗଠନ କରାଯାଇଥିଲା। ବରିଷ୍ଠ ନେତା କ୍ଷିରୋଦ ଚନ୍ଦ୍ର ନାଏକ, ରବୀନ୍ଦ୍ର ନାଏକ, ସୁଧର ବାଗ, ମକୁନ୍ଦ ତେଣ୍ଡକାରୀ ଯୁବନେତା ହରେକୃଷ୍ଣ ସାହୁ, ହେମନ୍ତ କୁମାର ବେହେରା, ସୌରଭ କୁମାର ବେହେରା, ସୁଜିତ କୁମାର ଦଣ୍ଡସେନା ପ୍ରମୁଖ କର୍ମୀ ସକ୍ରିୟ ସହଯୋଗ କରିଥିଲେ।

Hot this week

୨୧୪ ରନ କଲେ ଜିତିବ ଭାରତ

ସମାଜଲାଇଭ ଡେସ୍କ: ୨ୟ ଟି-୨୦​‌ରେ ଭାରତକୁ ୨୧୪ ରନର ବିଜୟ ଲକ୍ଷ୍ୟ...

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

Related Articles

Popular Categories