www.samajalive.in
Wednesday, December 10, 2025
16.1 C
Bhubaneswar

ଦେଶୀ ମଦଭାଟି ସ୍ଥାନାନ୍ତର ଦାବିରେ ପଞ୍ଚାୟତ ପ୍ରତିନିଧି ପ୍ରଶାସନର ଦ୍ୱାରସ୍ଥ

କେନ୍ଦୁଝରଗଡ଼଼: ସଦର ବ୍ଲକ ପଳାଶପଙ୍ଗା ପଞ୍ଚାୟତ ଅଧିନ ୨୦ ନଂ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ଦେଶୀ ମଦଭାଟିକୁ ସ୍ଥାନାନ୍ତର ଦାବିରେ ପଞ୍ଚାୟତ ପ୍ରତିନିଧି ସୋମବାର ମିଳିତ ଅଭିଯୋଗ ଶୁଣାଣୀରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି। ପଳାଶପଙ୍ଗା ପଞ୍ଚାୟତ ଅଧିନ ଜାମୁପଶି ଓ ପଳାଶପଙ୍ଗା ଗ୍ରାମର ଠାରୁ ମାତ୍ର ୩ଶହ ମିଟର ଦୂରରେ ଅବସ୍ଥିତ ଏହି ଦେଶୀ ମଦଭାଟି ଯୋଗୁଁ ଅନେକ ସମୟରେ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇ ପରିବାର ମଧ୍ୟରେ ଅଶାନ୍ତିର ବାତାବରଣ ସୃଷ୍ଟି ହେବାରୁ ଏହାର କୁପ୍ରଭାବ କୋମଳମତି ପିଲାଙ୍କ ଉପରେ ପଡୁଛି। ସେହିଭଳି ଜାତୀୟ ରାଜପଥ ପାର୍ଶ୍ବରେ ଏହି ଦେଶୀ ମଦଭାଟି ଥିବାରୁ ରାସ୍ତା ପାର୍ଶ୍ବରେ ଟ୍ରକ ଛିଡା କରି ଚାଳକ ଓ ହେଲପର ମଦ ପିଇବା ପରେ ଗାଡି ଚାଳନା କରୁଥିବାରୁ ଅନେକ ସମୟରେ ସଡକ ଦୁର୍ଘଟଣାର ଶୀକାର ହୋଇ ନିରୀହ ଲୋକଙ୍କ ଅକାଳ ବିୟୋଗ ଘଟୁଛି। ଦେଶୀ ମଦ ଭାଟି କାର୍ଯ୍ୟକ୍ଷମ ଯୋଗୁଁ ମଦଭାଟିରୁ ନିର୍ଗତ ବର୍ଜ୍ୟବସ୍ତୁ ଓ ପ୍ଲାଷ୍ଟିକ୍‌‌ ସାମଗ୍ରୀ ନିକଟସ୍ଥ ଚାଷ ଜମିରେ ମିଶୁଥିବାରୁ ଚାଷ କାର୍ଯ୍ୟ ବାଧାପ୍ରାପ୍ତ ହେବାସହ ସ୍ଥାନୀୟ ଅଞ୍ଚଳ ପ୍ରଦୁଷିତ ହୋଇ ଅସ୍ୱାସ୍ଥ୍ୟକର ପରିବେଶ ସୃଷ୍ଟି କରିଛି। ଏଭଳିସ୍ଥିତିରେ ପଞ୍ଚାୟତବାସୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ତୁରନ୍ତ ଉକ୍ତ ଦେଶୀ ମଦ ଭାଟିକୁ ପଞ୍ଚାୟତ ବାହାରକୁ ସ୍ଥାନାନ୍ତର କରିବା ସହ ଆଗାମୀ ଦିନରେ ପଞ୍ଚାୟତ ପରିସରରେ କୌଣସି ଦେଶୀ କିମ୍ବା ବିଦେଶୀ ମଦ ବ୍ୟବସାୟ ନିମନ୍ତେ ଅନୁମତି ପ୍ରଦାନ ନକରିବାକୁୁ ସରପଞ୍ଚ ବାସନ୍ତୀ ନାଏକଙ୍କ ନେତୃତ୍ୱରେ ଜିଲାପରିଷଦ ସଦସ୍ୟା ଲିଳାବତୀ ମହାନ୍ତ, ନାଏବ ସରପଞ୍ଚ ଚିନ୍ତାମଣୀ ମହାନ୍ତ, ୱାର୍ଡ ସଭ୍ୟା ଜାୟତ୍ରୀ ସାହାଣୀ, ଧନମତୀ ମାଝୀ, ଜୈମିନୀ ମୁଣ୍ଡା, ୱାର୍ଡ ସଭ୍ୟ ମକରଧ୍ୱଜ ପ୍ରଧାନ, ଜଗନ୍ନାଥ ନାଏକ ପ୍ରମୁଖ ସୋମବାର ଜିଲାପାଳଙ୍କୁ ଭେଟି ନିବେଦନ କରିଛନ୍ତି।

Hot this week

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

ଭାରସାମ୍ୟ ହରାଇ ଓଲଟିଲା ଟ୍ରକ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଛକ ନିକଟ ବର ଗଛ...

Related Articles

Popular Categories