ଗୋପାଳପୁର: ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ନୂତନ ସମ୍ମିଳନୀ କକ୍ଷରେ ଆସନ୍ତା ୧୫ ତାରିଖରେ ମୁକ୍ତି ଲାଭ କରୁଥିବା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରଥା’କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ସାମ୍ୱାଦିକ ଓ ଗଣ ଯୋଗାଯୋଗ ବିଭାଗର ଡ଼. ବନ୍ଦିତା ପଣ୍ଡା ଅଧକ୍ଷତା କରିଥିବା ବେଳେ ଚଳଚ୍ଚିତ୍ରର ନାୟକ ସ୍ୱରାଜ ବାରିକ, କାର୍ଯ୍ୟକାରୀ ପ୍ରଯୋଜକ ବିଜୟ ପାତ୍ର, ପ୍ରଚାର ଓ ପ୍ରସାର ମୁଖ୍ୟ ପ୍ରଣୟ ଜେଠୀ ପ୍ରମୁଖ ମଞ୍ଚସୀନ ଥିଲେ। ଏହି ଚଳଚ୍ଚିତ୍ରଟି ଆନ୍ଧ୍ରପ୍ରଦେଶ ଓ ଓଡିଶା ସୀମାନ୍ତ କୋଟିଆ ଗ୍ରାମରେ ସୁଟିଂ ହେବା ସହ କୋରାପୁଟ ଜିଲ୍ଲାର କଳା, ସଂସ୍କୃତି ଓ ଭାଷାକୁ ନେଇ କାହାଣୀ ଆଧାରରେ ଫିଲ୍ମ ସୁଟିଂ ହୋଇଛି। ଏହି ଅବସରରେ ଚଳଚ୍ଚିତ୍ର ନାୟକ ସ୍ୱରାଜ ପାଠପଢ଼ା ସହ ଓଡିଶାର ବିଭିନ୍ନ ଜିଲ୍ଲାର କଳା, ସଂସ୍କୃତି ଓ କଳାକାରଙ୍କୁ ଉତ୍ସlହିତ କରିବାକୁ ଆହ୍ୱାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ।
Popular Categories



