କଟକ : କଟକ ସ୍ଥିତ ଟାଙ୍ଗୀରେ ରବିବାର ଏକ ନକଲି ସିମେଣ୍ଟ କାରଖାନା ଠାବ ହୋଇଛି। ଟାଙ୍ଗୀ ପୁଲିସ ମଙ୍ଗୁଳି ଛକ ନିକଟରେ ଏହି ନକଲି ସିମେଣ୍ଟ କାରଖାନା ଠାବ କରିବା ସହ ବିପୁଳ ପରିମାଣରେ ସିମେଣ୍ଟ ବସ୍ତା ଜବତ କରିଛି। ଅପମିଶ୍ରଣ କରି ଅସଲି ବ୍ରାଣ୍ଡ ଥିବା ବସ୍ତାରେ ନକଲି ସିମେଣ୍ଟ ଭର୍ତ୍ତି କରି ବିକ୍ରି କରାଯାଉଥିବା ନେଇ ସୂଚନା ମିଳିଛି। କଟକର ବିଭିନ୍ନ ସ୍ଥାନରେ ଗତ କିଛି ଦିନ ପୂର୍ବେ ଖାଇବା ତେଲ ଓ ମସଲା ଆଦି ସାମଗ୍ରୀର ନକଲି କାରଖାନାରେ ଉପରେ ଚଢାଉ ହୋଇଥିଲା।
Popular Categories



