କନ୍ଧମାଳ ଯୁବ ଓ ଛାତ୍ର ପରିଷଦର ଆନ୍ଦୋଳନ ପାଇଁ ଚେତାବନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ‘କନ୍ଧମାଳ ଛାତ୍ର, ଯୁବ ପରିଷଦ’ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ସ୍ୱାର୍ଥ ରକ୍ଷା ସହିତ କନ୍ଧମାଳ ଜିଲ୍ଲାର ଉନ୍ନତି ଦିଗରେ କାର୍ୟ୍ୟ କରିବ। କନ୍ଧମାଳ ଛାତ୍ର, ଯୁବ ପରିଷଦର ସଭାପତି ଭାବେ ଯୁବ ନେତା ଶିବାଶିଷ ପଣ୍ଡା ଦାୟିତ୍ୱ ନେବା ସହିତ ଆଗାମୀ ଦିନରେ ଏ ସଂଗଠନ ଜିଲ୍ଲାର ଛାତ୍ର, ଯୁବକ ମାନଙ୍କ ପାଇଁ କାମ କରିବ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ପ୍ରାଥମିକତା ଦୃଷ୍ଟିରୁ ଚକାପାଦ ଥାନା ଅଞ୍ଚଳର ଜଣେ ୧୩ ବାର୍ଷିୟା ଛାତ୍ରୀ ଅପହରଣ ଘଟଣାରେ ଚକାପାଦ ପୋଲିସର ନିଷ୍କ୍ରିୟତା ବିରୁଦ୍ଧରେ ଅସନ୍ତୋଷ ବ୍ୟକ୍ତ କରିବା ସହିତ ଆଗାମୀ ସାତ ଦିନ ଭିତରେ ଯଦି କନ୍ଧମାଳ ଜିଲ୍ଲା ପୋଲିସ ନ୍ୟାୟ ନଦିଏ ତେବେ ସଂଗଠନ ତରଫରୁ ଚକାପାଦ ଥାନା ଘେରାଉ କରିବା କରିବା ପାଇଁ ନିଷ୍ପତ୍ତି ନେଇଛି।
Comments are closed.