ଠାକୁରମୁଣ୍ଡା: କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରୁ ବନବିଭାଗ ଓ ପୁଲିସ ମିଳିତ ଚଢାଉ ବେଳେ ପୁଣି ୨ଟି ଦେଶୀ ବନ୍ଧୁକ ଜବତ ହୋଇଛି। କୌଣସି ସୂତ୍ରରୁ ଖବର ପାଇ ମହୁଲଡ଼ିହା ଥାନା ପୋଲିସ ଓ ସାତକୋଶିଆ ବନ କର୍ମଚାରୀ ମିଳିତ ଭାବରେ ସାତକୋଶିଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ ଗଜାପଥର ଗାଁରୁ ଏହା ଉଦ୍ଧାର କରିଛନ୍ତି। ଜନ୍ତୁ ଶିକାର ନିମନ୍ତେ ବ୍ୟବହୃତ ଏହି ୨ଟି ବନ୍ଧୁକ କୁଉଦ୍ଧାର ପରେ ମହୁଲଡ଼ିହା ଥାନାରେ ରଖାଯାଇଛି। ଏହି ଘଟଣାରେ କାହାକୁ ଗିରଫ କରାଯାଇ ନ ଥିବା ଜଣାଯାଇଛି।
Popular Categories



