www.samajalive.in
Saturday, December 13, 2025
26.1 C
Bhubaneswar

ସେପ୍ଟେମ୍ବର ୮ରୁ୧୦ ତାରିଖ ରାଜଧାନୀରେ ସ୍କୁଲ , ବ୍ୟାଙ୍କ ଏହଂ ଦୋକାନ ବନ୍ଦ- ଜି୨୦ ସମ୍ମିଳନୀ ପାଇଁ ଛୁଟି ଘୋଷଣା

ନୂଆଦିଲ୍ଲୀ – ଦେଶର ରାଜଧାନୀ ଦିଲ୍ଲୀରେ ସେପ୍ଟେମ୍ବର ୯ରୁ ୧୦ ତାରିଖ ପର୍ଯ୍ୟନ୍ତ ଜି୨୦ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିପାଇଁ ଦିଲ୍ଲୀ ସରକାର ତିନିଦିନ ସରକାରୀ ଛୁଟି ଘୋଷଣା କରିଛନ୍ତି । ସେପ୍ଟେମ୍ବର ୮ ତାରିଖରୁ ୧୦ ତାରିଖ ପର୍ଯ୍ୟନ୍ତ ଏହି ଛୁଟି ଘୋଷଣା କରାଯାଇଛି । କେତକ ଅତ୍ୟାବଶକୀୟ ସେବାକୁ ଛାଡି ଦେଲେ ଅନ୍ୟ ସମସ୍ତ ପ୍ରତିଷ୍ଠାନ ବନ୍ଦ ରହିବ । ଏପରି କି ବ୍ୟାଙ୍କ ଏବଂ ଦୋକନ ବନ୍ଦ ରହିବ ବୋଲି ନିର୍ଦେଶନାମା ଜାରି କରାଯାଇଛି ।

ଜି୨୦ ସମ୍ମିଳନୀ ପାଇଁ ଏପିରି ପଦକ୍ଷେପ ଗ୍ରହଣ କରାଯାଇଥିବା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ କହିଛନ୍ତି । ଜି୨୦ ସମ୍ମିଳନୀରେ ବିଶ୍ୱର ବୃହତ ଅର୍ଥନୀତି ଥିବା ଦେଶମାନଙ୍କର ମୁଖ୍ୟ ସାମିଲ ହେବ । ସେପ୍ଟେମ୍ବର ୮,୯,୧୦ ସମସ୍ତ ବିଦ୍ୟାଳୟ, ବ୍ୟାଙ୍କ ଏବଂ ଦୋକାନ ବନ୍ଦ ରହିବ ।

- Advertisement -

ଦିଲ୍ଲୀର ପ୍ରଗତି ମୈଦାନରେ ଥିବା ଭାରତ ମଣ୍ଡପମ୍‌ରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ । ଟ୍ରାଫିକ୍‌ ଚଳାଚଳକୁ ସ୍ୱଭାବିକ କରିବା ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ସମ୍ମିଳନୀରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌, ଚୀନ୍‌ ରାଷ୍ଟ୍ରପତି ଜି ଜିନପିଙ୍ଗ୍‌, କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡେୟୁ ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ୍‌ ମାକ୍ରୋନ ସାମିଲ ହେବାର କାର୍ଯ୍ୟକ୍ରମ ରହିଛି ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories