ତିଗିରିଆ: ତିଗିରିଆ ଥାନା ଅନ୍ତର୍ଗତ ରଘୁରାମପୁର ଗ୍ରାମକୁ ମଙ୍ଗଳବାର ଟିପିସିଓଡିଏଲ ବିଦ୍ୟୁତ ବିଭାଗ ପକ୍ଷରୁ ବିଦ୍ୟୁତ ଚୋରୀ ଓ ମିଟର ଯାଞ୍ଚକାରୀ ଦଳ ମିଟର ଯାଞ୍ଚ୍ କରିବାକୁ ଯାଇ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ମିଳିଥିବା ସୂଚନା ମୁତାବକ ଯାଞ୍ଚକାରୀ ଦଳ ଗ୍ରାମରେ ପହଞ୍ଚି ଜଣେ ଉପଭୋକ୍ତଙ୍କ ମିଟର ଯାଞ୍ଚ କରିବା ସମୟରେ ଗ୍ରାମବାସୀ ଏହାକୁ ବିରୋଧ କରି ବାରଣ କରିଥିଲେ। ତେବେ ଏନେଇ ବଚସା ହେବାରୁ ଗ୍ରାମବାସୀ ଏକଜୁଟ ହୋଇ କର୍ମଚାରୀଙ୍କୁ ଯାଞ୍ଚ କାର୍ଯ୍ୟରୁ ନିବୃତ୍ତ କରିବା ସହିତ କୋଠ ଘରେ ଅଟକ ରଖିଥିଲେ। ଏ ବିଷୟରେ ଖବର ପାଇ ତିଗିରିଆ ପୁଲିସ ଘଟଣାସ୍ଥଳରେ ପହଞ୍ଚି ବିଦ୍ୟୁତ ଯାଞ୍ଚକାରୀ ଦଳକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ତେବେ ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ଜଣାପଡ଼ିଛି l
Popular Categories



