୧୦ ଫୁଟର ଅଜଗର ଉଦ୍ଧାର

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବନାଞ୍ଚଳ ଖିରେଇଟାଙ୍ଗିରୀ ବନକ୍ଷେତ୍ର ଅନ୍ତର୍ଗତ ପଦ୍ମପୁର ଗ୍ରାମରୁ ଆଜି ବନବିଭାଗ ୧୦ ଫୁଟ ଲମ୍ବର ଏକ ଅଜଗର ସାପ ଉଦ୍ଧାର କରିଛି। ସାପଟି ଗ୍ରାମର ଲାଲ ମୋହନ ମହାନ୍ତଙ୍କ ଘର ବାଡିକୁ ଆସି ପନିପରିବା ଚାଷ ଘେରାଇବା ପାଇଁ ଲଗାଯାଇଥିବା ପ୍ଲାଷ୍ଟିକ ଜାଲରେ ଫସିଯାଇଥିବା ବେଳେ ପରିବାର ଲୋକେ ଏହା ଦେଖି ଭୟଭୀତ ହୋଇ ପଡିଥିଲେ। ଏନେଇ ବନ ବିଭାଗକୁ ଖବର ଦେବା ପରେ ଘଟଣା ସ୍ଥଳରେ ଖିରେଇଟାଙ୍ଗିରୀ ବନପାଳ ଶିବ ନାରାୟଣ ଦେବ, ବନରକ୍ଷୀ ଲକ୍ଷୀ ମହାନ୍ତ, ଅଟଳ ବିହାରୀ ସେଠୀ, ମହମ୍ମଦ ଓ୍ବାସିମ, ଶିରପାଣି ମହାନ୍ତ, କାର୍ତ୍ତିକ ମହାନ୍ତ ଓ ସଞ୍ଜୟ ମହାନ୍ତ ପ୍ରମୁଖ ପହଞ୍ଚି ସାପଟିକୁ ସୁରକ୍ଷିତ ଭାବେ ଉଦ୍ଧାର କରି ପଦ୍ମପୁର ସଂରକ୍ଷିତ ଜଙ୍ଗଲ ରେ ଛାଡିଥିବା ଜଣାପଡିଛି।

Comments are closed.