ଗୁରୁଡ଼ିଝାଟିଆ: ବ୍ରହ୍ମପୁର ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ ଆଠଗଡ଼ ବ୍ଲକର ସମସ୍ତ ବିଦ୍ୟାଳୟର ଶିକ୍ଷକମାନଙ୍କୁ କୃମିନାଶକ ତାଲିମ ପ୍ରଦାନ କରାଯାଇଛି। ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସମ୍ମିଳନୀ କକ୍ଷରେ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକ୍ଷକ ଡାକ୍ତର ଦିଲ୍ଲିପ ଦାସ କାର୍ଯ୍ୟକ୍ରମକୁ ଉଦଘାଟନ କରି ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଓ ଜିଲ୍ଲାମୁଖ୍ୟ ଚିକିତ୍ସାଧିକାରୀଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ କୃମିନାଶକ ସଚେତନତା କାର୍ଯ୍ୟକ୍ରମ ପ୍ରଦାନ କରାଯାଇଛି। କେଉଁ ବିଦ୍ୟାର୍ଥୀ କୃମିଦ୍ୱାରା ଆକ୍ରାନ୍ତ, ରୋଗର ଲକ୍ଷଣ, ଚିକିତ୍ସା ଓ କିଭଳି ଔଷଧ ବଣ୍ଟନ କରାଯିବ ସେ ସଂପର୍କରେ ଡାକ୍ତର ଦାସ ବିଶଦ ଭାବରେ ଉପସ୍ଥିତ ଶିକ୍ଷକମାନଙ୍କୁ ପ୍ରଶିକ୍ଷଣ ଦେଇଥିଲେ।
Popular Categories



