www.samajalive.in
Sunday, December 14, 2025
23.1 C
Bhubaneswar

ଥଇଥାନ ହେଲେ ନୁଆଗାଁର ମାନସିକ ବିକୃତ ମହିଳା

କଲମପୁର: ୪୦ ବର୍ଷିୟ ନୁଆଗାଁର ମାନସିକ ବିକୃତ ମହିଳା ତପସ୍ୱିନୀ। ମାନସିକ ବିକାର ଯୋଗୁଁ ସେ ଘରେ ରହିବା ବଦଳରେ ଘର ଛାଡି ଏଣେ ତେଣେ ବୁଲୁଥିଲେ। ତାଙ୍କର ସୁରକ୍ଷା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଇଥିଲା। ଏପରିକି ଗତ ୧୫ ଦିନ ତଳେ ରାୟଗଡ଼ା ଜିଲ୍ଲାର ଦୁର୍ଗି ଠାରେ ଥିବା ନେଇ କିଛି ସମାଜସେବୀ ସାମାଜିକ ଗଣମାଧ୍ୟମରେ ଫଟୋ ସେୟାର କରିବା ପରେ ତାଙ୍କର କିଛି ସମ୍ପର୍କୀୟ ଯାଇ ସେଠାରୁ ଉଦ୍ଧାର କରି ଆଣିଥିଲେ। ପୁଣି ତପସ୍ୱିନୀ ଘରେ ରହିବା ବଦଳରେ ପୁଣି ଗାଁ ବାହାରକୁ ଚାଲି ଆସି କଲମପୁର ଅଂଚଳରେ ବୁଲା ବୁଲି କରୁଥିଲେ। ଏନେଇ ପରିବାର ସମେତ ସମ୍ପର୍କୀୟ ମାନେ ଚିନ୍ତା ପ୍ରକଟ କରିଥିଲେ। କଲମପୁରର ଯୁବ ସାମ୍ବାଦିକ ରଞ୍ଜନ କୁମାର ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ତପସ୍ୱିନୀଙ୍କୁ ଉଦ୍ଧାର କରି କଲମପୁର ପୁଲିସ ଥାନାର ସହଯୋଗରେ ଜିଲ୍ଲା ଭିନ୍ନକ୍ଷମ ଥଇଥାନ କେନ୍ଦ୍ରରେ ମାନସିକ ବିକୃତ ନେଇ ପ୍ରମାଣ ପତ୍ର ପ୍ରସ୍ତୁତ କରାଯାଇଥିଲା। ଏହାସହ ତପସ୍ୱିନୀର ଥଇଥାନ ପାଇଁ କଳାହାଣ୍ଡି ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ କଳାହାଣ୍ଡି ୱେଲଫେୟାର ଅର୍ଗାନାଇଜେସନ ସହ ଯୋଗାଯୋଗ କରାଯାଇଥିଲା। ଉକ୍ତ ଅର୍ଗାନାଇଜେସନର ଅନୁରୋଧ କ୍ରମେ ଧର୍ମଗଡ଼ ସ୍ଥିତ ମିଶନ ଚ୍ୟାରିଟି ଠାରେ ତପସ୍ୱିନୀକୁ ଗ୍ରହଣ କରିବା ପାଇଁ ସ୍ୱୀକୃତି ଦେଇଥିଲେ। ମଙ୍ଗଳବାର କଳାହାଣ୍ଡି ୱେଲଫେୟାର ଅର୍ଗାନାଇଜେସନର ସଭାପତି ଉମାକାନ୍ତ ସୁନାନୀପ୍ନେତୃତ୍ୱରେ ସଂଗ୍ରାମ କନ୍ଦପାନ, ନରେଶ ସୁନାନୀ, ଭୋଳାଶଙ୍କର ପାତ୍ରଙ୍କ ସମେତ ସମାଜସେବୀ ତଥା ଜୁନାଗଡ଼ ନିୟନ୍ତ୍ରୀତ ବଜାର କମିଟିର ଉପାଧ୍ୟକ୍ଷ ବିବେକ ରଞ୍ଜନ ମିଶ୍ର, ଧର୍ମଗଡ଼ ବିଜ୍ଞାପିତ ଅଂଚଳ ପରିଷଦର ଉପାଧ୍ୟକ୍ଷା ମନିଷା ମିଶ୍ର ପ୍ରମୁଖ ଯୁବ ସାମ୍ବାଦିକ ରଞ୍ଜନ ସାହୁ ଏବଂ ଚିନ୍ମୟ ପଟ୍ଟନାୟକଙ୍କ ସହଯୋଗରେ ନୁଆଗାଁରୁ ମାନସୀକ ବିକୃତ ତପସ୍ୱିନୀଙ୍କୁ ଉଦ୍ଧାର କରିବା ସହ ତାର ପରିବାର ଲୋକଙ୍କ ସହ ଆଲୋଚନା କରି କଲମପୁର ପୁଲିସ ଥାନାର ସହଯୋଗରେ ଧର୍ମଗଡ଼ ମିଶନ ଚ୍ୟାରିଟିରେ ଭର୍ତି କରିଛନ୍ତି। ସ୍ୱେଚ୍ଛାସେବୀ ଅନୁଷ୍ଟାନ ଓ ସ୍ୱେଚ୍ଛାସେବୀ ମାନଙ୍କ ଉଦ୍ୟମରେ ଜଣେ ମାନିସୀକ ବିକୃତ ମହିଳା ଥାଇଥାନ ହେବା ଘଣାକୁ ନେଇ ସାଧାରଣରେ ପ୍ରଶଂସା କରାଯାଉଛି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories