www.samajalive.in
Sunday, December 14, 2025
26.1 C
Bhubaneswar

ହୀରାକୁଦ ଜଳଭଣ୍ଡାର – ପ୍ରତି ସେକେଣ୍ଡରେ ନିଷ୍କାସିତ ହେଉଛି ୨ ଲକ୍ଷ ୨୧ ହଜାର ୫୫୬ କ୍ୟୁସେକ ଜଳ

ବୁର୍ଲା: ମହାନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଉଥିବାରୁ ଚଳିତ ମୌସୁମୀ ଋତୁରେ ପ୍ରଥମ ବନ୍ୟାଜଳ ନିଷ୍କାସନ ଗତ ୨୩ ତାରିଖ ଦିନ ଆରମ୍ଭ ହୋଇଛି। ଗତ ସଂନ୍ଧ୍ୟା ୬ଟା ସୁଦ୍ଧା ୧୨ଟି ଫାଟକ ବାମପଟର ୮ଟି ଫାଟକ ଏବଂ ଡ଼ାହାଣ ପଟ ବୁର୍ଲାର ୪ଟି ସ୍ଲୁଇସ ଫାଟକ ଖୋଲାଯାଇ ଜଳ ନିଷ୍କାସନ କରାଯାଉଥିବା ବେଳେ ମହାନଦୀକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୨୧ ହଜାର ୫୫୬କ୍ୟୁସେକ ବନ୍ୟାଜଳ ନିଷ୍କାସନ କରାଯାଉଥିବା ବେଳେ ପ୍ରତି ସେକେଣ୍ଡରେ ୧ ଲକ୍ଷ ୧ ହଜାର୧୮୯ କ୍ୟୁସେକ ଜଳ ବନ୍ଧକୁ ପ୍ରବେଶ କରୁଛି। ସନ୍ଧ୍ୟା ୬ଟାରେ ଜଳଭଣ୍ଡାର ଜଳସ୍ତର ୬୧୩.୪୭ ଫୁୁଟ ରହିଛି। ଗତ ୨୦୨୨ ମସିହାରେ ଜୁଲାଇ ୨୫ ତାରିଖରେ ବନ୍ଧର ଜଳସ୍ତର ୬୦୮.୦୨ ଫୁଟ ରହିଥିବା ବେଳେ ୭ଟି ଫାଟକ ମାଧ୍ୟମରେ ଜଳ ନିଷ୍କାସନ କରାଯିବା ଦୃଷ୍ଟାନ୍ତ ରହିଛି। ତେବେ ପର୍ଯ୍ୟାୟ କ୍ରମେ ସ୍ଲୁଇସ ଫାଟକ ଖୋଲାଯାଇ ଜଳଭଣ୍ଡାରରୁ ଜଳ ନିଷ୍କାସନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ହୋଇଥିବା ମୁଖ୍ୟବନ୍ଧ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ହୀରାକୁଦ ଜଳଭଣ୍ଡାରର ସର୍ବୋଚ୍ଚ ଜଳଧାରଣ କ୍ଷମତା ୬୩୦ ଫୁଟ ଅଟେ। ତେବେ ଏହି ତିନିମାସର ମୌସୁମୀ ଋତୁର ଜଳରେ ଆଗାମୀ ବର୍ଷ ପର୍ଯ୍ୟନ୍ତ ଦୁର୍ମୁଲ୍ୟ ଜଳରାଶି ଓଡ଼ିଶା ବାସୀଙ୍କ ଉପଯୋଗରେ ଆସିବ।

Hot this week

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

ବର୍ଦ୍ଧିତ ଦରମା ନବୀନ ଫେରାଇବା ପ୍ରସଙ୍ଗ ; ନବୀନଙ୍କୁ କେଭି ଓ ଜୟଙ୍କ କଟାକ୍ଷ

ସମାଜ ଲାଇଭ ଡ଼େସ୍କ : ନବୀନ ବର୍ଦ୍ଧିତ ଦରମା ଫେରାଇବା ପ୍ରସଙ୍ଗରେ...

ସବ୍ୟସାଚୀ-ଅର୍ଚ୍ଚିତାଙ୍କ ଘରକୁ ଖବଶୀଘ୍ର ଆସିବେ କୁନି ଅତିଥି

ଭୁବନେଶ୍ୱର: ଓଲିଉଡର ଲୋକପ୍ରିୟ ଅଭିନେତା ସବ୍ୟସାଚୀ ମିଶ୍ରଙ୍କ ଘରେ ଏବେ ଖୁସିର...

କାହିଁକି ହେଉଛି ହଠାତ୍‌ ମୃତ୍ୟୁ? ଏମ୍ସ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ

ନୂଆଦିଲ୍ଲୀ: ଏମ୍ସ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଏକ ଆଶ୍ଚର୍ଯ୍ୟଜନକ...

Related Articles

Popular Categories