www.samajalive.in
Saturday, December 13, 2025
14.1 C
Bhubaneswar

ବିଦ୍ୟାପୀଠରେ ତମ୍ବାଖୁ ନିୟନ୍ତ୍ରଣ ସଚେତନତା

ଆଠଗଡ଼: ଆଠଗଡ଼ ବ୍ଲକର ଯୋରନ୍ଦାସ୍ଥିତ ମାଧବ ସାମନ୍ତ ସିଂହାର ବିଦ୍ୟାପୀଠରେ ବ୍ରହ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ସହଯୋଗରେ ଜାତୀୟ ତମ୍ବାଖୁ ନିୟନ୍ତ୍ରଣ ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ସ୍କୁଲର ପ୍ରଧାନଶିକ୍ଷୟିତ୍ରୀ ମଧୁଲିତା ଦାଶଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସିଏଚସିର ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ କବିତାରାଣୀ ଦାସ ଯୋଗଦେଇ ତମ୍ବାଖୁ ସେବନର କୁପରିଣାମ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ବିସ୍ତୃତଭାବେ ବୁଝାଇଥିଲେ। କମ୍ପ୍ୟୁଟର ସ୍କ୍ରିନ୍‌‌ରେ ଭିଡିଓ ମାଧ୍ୟମରେ ତମ୍ବାଖୁ ବ୍ୟବହାର ଦ୍ୱାରା କିପରି ଓ କି ପ୍ରକାରର ରୋଗରେ ଲୋକେ ପୀଡିତ ହେଉଛନ୍ତି ସେ ସଂପର୍କରେ ପ୍ରଦର୍ଶନ କରାଯିବା ସହ ପିଲାମାନଙ୍କୁ ସଚେତନ କରାଯାଇଥିଲା। ଏହି ଅବସରରେ ତମ୍ବାଖୁମୁକ୍ତ ବିଦ୍ୟାଳୟ ଶିର୍ଷକକୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ବିଦ୍ୟାଳୟର ତମ୍ବାଖୁ ମୁକ୍ତ ନୋଡାଲ ଶିକ୍ଷକ ସନ୍ତୋଷ କୁମାର ତ୍ରିପାଠୀ ଓ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀଙ୍କୁ ତମ୍ବାଖୁ ସେବନରୁ ବିରତ ରହିବା ପାଇଁ ପରାମର୍ଶ ଦେଇଥିଲେ। ବିଦ୍ୟାଳୟର ସ୍କାଉଟ ଗାଇଡ ଓ ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ତମ୍ବାଖୁ ବର୍ଜନ ନିମନ୍ତେ ଶପଥ ପାଠ କରାଯାଇଥିଲା।

ଚିତ୍ରାଙ୍କନରେ ୧ମ ହୋଇଥିବା ହରିଶ ମଲ୍ଲିକ, ୨ୟ ସଂଗୀତା ପ୍ରିୟଦର୍ଶିନୀ ଓ ୩ୟ ସୁପ୍ରିୟା ଦାସଙ୍କୁ ବ୍ରହ୍ମପୁର ସିଏଚସି ପକ୍ଷରୁ ପୁରସ୍କୃତ କରାଯାଇଥିଲା। ସେହିପରି ଏହି ବିଦ୍ୟାଳୟକୁ ତମ୍ବାଖୁ ମୁକ୍ତ ବିଦ୍ୟାଳୟ ଭାବେ ପ୍ରମାଣପତ୍ର ଓ ଟ୍ରଫି ବ୍ରହ୍ମପୁର ସିଏଚସି ପକ୍ଷରୁ ଜନସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ଶ୍ରୀମତୀ ଦାସ ପ୍ରଧାନଶିକ୍ଷୟିତ୍ରୀଙ୍କୁ ପ୍ରଦାନ କରିଥିଲେ। ଶିକ୍ଷୟିତ୍ରୀ ଦିପ୍ତୀମୟୀ ନାୟକ, ଆରତୀ ପ୍ରଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବାବେଳେ ଶିକ୍ଷକ ମାନସ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଏକ ସଚେତନତା ଶୋଭାଯାତ୍ରା ଯୋରନ୍ଦା ଗ୍ରାମ ପରିକ୍ରମା କରିଥିଲା।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories