ଆପଲ୍‌ ଆଇଫୋନ୍‌ ୧୫ର ବଜାର ପ୍ରବେଶ ତଥ୍ୟ ସହ ଜାଣନ୍ତୁ ଏହାର ବିଶେଷତ୍ୱ

ନୂଆଦିଲ୍ଲୀ – ଆପଲ୍‌ ଆଇଫୋନ୍‌କୁ ଏହାର ସ୍ୱତନ୍ତ୍ର ସୁରକ୍ଷା ତଥା ଅନ୍ୟ ବିଶେଷତ୍ୱ ଯୋଗୁଁ ଫୋନ୍‌ ବ୍ୟବହାରକାରୀମାନେ ବେଶ୍‌ ପସନ୍ଦ କରନ୍ତି । ଏବେ ଭାରତରେ ଆପଲ୍‌ ଆଇଫୋନ୍‌ର ଉତ୍ପାଦନ ହେଉଛି ।ଚଳିତ ବର୍ଷ ଆପଲ୍‌ ଆଇଫୋନ୍‌ ୧୫ ବଜାର ପ୍ରବେଶ କରିବାକୁ ଯାଉଛି । ଏଥିରେ ପଛଭାଗରେ ତିନୋଟି ହାଇରେଜୋଲ୍ୟୁସନ୍‌ କ୍ୟାମେରା ରହିଛି ।

ଆପଲ୍ ଆଇଫୋନ୍‌ ୧୫, ଚାରୋଟି ଭାରିଏଣ୍ଟ ବା ପ୍ରକରଣରେ ଉପଲବ୍ଧ ହେବ । ଏହାର ପ୍ରୋମାକ୍ସକୁ, ଅଲଟ୍ରା ନାମରେ ରିବ୍ରାଣ୍ଡ କରାଯାଇପାରେ । ସବୁଥିରେ ଫ୍ରୋଷ୍ଟେଡ୍‌ ଗ୍ଲାସ ରହିବ । ଏହା ବେଶ୍‌ ହାଇଏଣ୍ଡ ଫୋନ୍‌ । ପ୍ରାୟ ସେପ୍ଟେମ୍ବର ମାସରେ ଏହା ବଜାର ପ୍ରବେଶ କରିପାରେ ବୋଲି ଅନୁମାନ କରାଯାଇଛି । ଏଥିରେ ୟୁଏସ୍‌ବି ସି ସହ ଓ୍ୱାରଲେସ୍‌ ଚାର୍ଜିଂ ବ୍ୟବସ୍ଥା ରହିଛି ।

ପୂର୍ବ ଫୋନ୍‌ ଅପେକ୍ଷା ଟିକେ ମୋଟା ଏବଂ ରାଉଣ୍ଡ ଏଜ୍‌ ବା କୋଣ ରହିବ । ଏଥିରେ କ୍ୟାମେରା ବେଶ୍‌ ଉଚ୍ଚକୋଟୀର । ଏଥିରେ ଆଇଓଏସ୍‌ ୧୭ ସହ ଅନେକ ନୂଆ ଫିଚର ରହିବ । ଫୋର୍‌କେ ଆଉଟପୁଟ୍‌ ରହିବ । ଏଥିରେ A17 ଏ୧୭ ବାୟୋନିକ୍‌ ପ୍ରୋସେସର ସହ ୟୁଡବ୍ଲୁବି ଚିପ୍‌ ରହିବ ।

୨,୫୦୦ ନିଟ୍‌ ବ୍ରାଇଟ୍‌ନେସ୍‌ ସହ LPDDR5 RAM ଏଲ୍‌ପିପିଡିଡିଆର୍‌୫ ରାମ୍‌ ରହିବ । ବ୍ୟାଟେରୀ କ୍ଷମତା ବିଭିନ୍ନ ଭାରିଆଣ୍ଟ୍‌ ଅନୁସାରେ ୩,୮୭୭ ଏମ୍‌ଏଏଚ୍‌, ୪,୯୧୨ ଏମ୍‌ଏଏଚ୍‌ , ୩,୬୫୦ ଏମ୍‌ଏଏଚ୍‌ ରହିବ । ଏହାର କ୍ୟାମେରାରେ ସୋନୀର ସଦ୍ୟତମ ଲେନ୍ସ ସେନସର୍‌ ରହିବ । ଏଥିରେ ଫାଇଭ୍‌ ଏକ୍ସ କି ସିକ୍ସ ଏକ୍ସ ବା ୬ ଗୁଣ ଜୁମ୍‌ ଅପସନ୍‌ ରହିବ । ଫେସ୍‌ ଆଇଡି ସେନସର୍‌ ସହ ଅନ୍ୟ ଏଆଇ ଭର୍ଚୁଆଲ୍‌ ସେନ୍ସର ଓ୍ୱାଇଫାଇ ସିକ୍ସ ରହିବ ।

Comments are closed.