ଫୁଲବାଣୀ: ସଖୀ ୱାନ ଷ୍ଟପ୍ ସେଣ୍ଟର ପକ୍ଷରୁ ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି ଡାକ୍ତରଖାନା ପରିସରରେ ଥିବା ପୃଷ୍ଟି ପୂର୍ନବାସ କେନ୍ଦ୍ରରେ ଥିବା ମହିଳା ମାନଙ୍କୁ ସଖୀ ୱାନ ଷ୍ଟପ୍ ସେଣ୍ଟର ଉପରେ ସଚେତନ କରିବା ସହିତ ନିର୍ଯାତିତ ହେଉଥିବା ମହିଳା ମାନଙ୍କ ପାଇଁ ସକ୍ଷୀ ଯେଉଁ କାର୍ଯ୍ୟକରୁଛି ଓ କିଭଳି ଭାବେ ସାହାର୍ଯ୍ୟ ଓ ସହଯୋଗର ହାତ ବଢ଼ାଉଛି ସେ ଉପରେ ସଚେତନ କରିଥିଲେ। ସଖୀ ୱାର୍ଡ଼ ଷ୍ଟପ ସେଣ୍ଟରର ଅପର୍ଣ୍ଣା ବେହେରା, ସ୍ୱାଗତିକା ପାଣିଗ୍ରାହୀ, ପ୍ରଜ୍ଞା ପ୍ରାରମ୍ଭିକ ପ୍ରମୁଖ ଏଥିରେ ସାମିଲ୍ ହୋଇ ସଚେତନ କରିଥିଲେ। ସଚେତନ କାର୍ଯ୍ୟକ୍ରମରେ ପୃଷ୍ଟି ପୂର୍ନବାସ କେନ୍ଦ୍ରରେ ଥିବା ମହିଳାଙ୍କ ସମେତ ନର୍ସ, ଏଏନ୍ଏମ୍ ପ୍ରମୁଖ ଯୋଗ ଦେଇଥିଲେ।
Popular Categories



