ସମ୍ବଲପୁର: ଅବକାରୀ ବିଭାଗର ଚେକିଂ ସମୟରେ ବରେମୁରା ଛକ ଠାରେ ଏକ ସନ୍ଦିଗ୍ଧ କାରକୁ ଅଟାକାଇଥିଲା। ତେବେ ଉକ୍ତ କାରଟି ଫେରାର ମାରିବା ସମୟରେ ତାକୁ ଅବକାରୀ ଦଳ ଗୋଡାଇ ଗୋଡାଇ ଧରିଥିଲା। ଉକ୍ତ ଗାଡିରୁ ୫୪ କିଗ୍ରା ଗଞ୍ଜେଇ ରଖାଯାଇଥିବା ମିଳିଥିଲା। ଏଣୁ କାର ଯୋଗେ ଗଞ୍ଜେଇ ଚାଲାଣ କରିବା ଅଭିଯୋଗରେ ଅବକାରୀ ପୁଲିସ ଛତିଶଗଡ଼ ରାଜ୍ୟର ଜଶପୁର ନିବାସୀ ମହମ୍ମଦ ହାଫିଜ (୨୨) ଓ ସୁଶିତ କୁମାର କୁଜୁର (୨୪) ଙ୍କୁ ଗିରଫ କରିଛି। ଅଭିଯୁ୍କ୍ତ ମାନେ ଏହି ଗଞ୍ଜେଇକୁ ବୌଦ୍ଧ ଜିଲାରୁ ଛତିଶଗଡ଼ ରାଜ୍ୟକୁ ଚାଲାଣ କରୁଥିଲେ। ଏଥି ସହ ସେମାନେ ପୁଲିସକୁ ଚକମା ଦେବା ପାଇଁ ଓଡ଼ିଶା ରାଜ୍ୟର ଏକ ନକଲି ନମ୍ବର ପ୍ଲେଟ ସହିତ ଛତିଶଗଡ଼ ରାଜ୍ୟର ନମ୍ବର ପ୍ଲେଟ ମଧ୍ୟ ବ୍ୟବହାର କରୁଥିଲେ। ଏ ସମ୍ପର୍କରେ ଏକ ମାମଲା ରୁଜୁ କର ଅଭିଯୁକ୍ତ ମାନଙ୍କୁ ଅଦାଲତକୁ ଚାଲାଣ କରାଯାଇଛି ବୋଲି ଅବକାରୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
Popular Categories



