ନବରଙ୍ଗପୁର: ନବରଙ୍ଗପୁର ଜିଲାର ଜମିଜମା ରେକର୍ଡ ଓ ନକ୍ସାର କମ୍ପୁଟରୀକରଣ କ୍ଷେତ୍ରରେ ଉତ୍କର୍ଷତା ପ୍ରଦର୍ଶନ କରିଥିବା ଯୋଗୁଁ ଭାରତର ରାଷ୍ଟ୍ରପତିଙ୍କ ଦ୍ୱାରା “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର” ପାଇବା ପାଇଁ ସର୍ବଭାରତୀୟ ସ୍ତରରେ ଯୋଗ୍ୟ ବିବେଚିତ ହୋଇ ପୁରସ୍କୃତ ହୋଇଛି। ଭାରତର ରାଜଧାନୀ ନୂଆଦିଲ୍ଲୀ ସ୍ଥିତ ବିଜ୍ଞାନ ଭବନ ଠାରେ ଆୟୋଜିତ ଏହି ଭବ୍ୟ ସମାରୋହରେ ନବରଙ୍ଗପୁର ଜିଲା ପ୍ରଶାସନ ତରଫରୁ ଜିଲାପାଳ ଡଃ. କମଳ ଲୋଚନ ମିଶ୍ରଙ୍କ ଦ୍ଵାରା ମନୋନିତ ଟିମ୍ ଅତିରିକ୍ତ ଜିଲାପାଳ ଭାସ୍କର ରଇତଙ୍କ ନେତୃତ୍ଵରେ ଉପ ନିର୍ଦ୍ଦେଶକ (ଆଇ.ଟି) ବିଶ୍ୱରଞ୍ଜନ ଭୁକ୍ତା ଓ କୋଡ଼ିଙ୍ଗା ତହସିଲଦାର ଟିକୁନୁ ପୁଟା, ନୂଆଦିଲ୍ଲୀ ଗସ୍ତ କରି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଠାରୁ “ଭୂମି ସମ୍ମାନ ପ୍ଲାଟିନମ୍ ପୁରସ୍କାର” ସ୍ଵରୂପ ଟ୍ରଫି ଏବଂ ମାନପତ୍ର ଗ୍ରହଣ କରିଛନ୍ତି।
Popular Categories



