ପାଟଣା: ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଟଙ୍କା ଉଠାଇ ନପାରି ହିତାଧିକାରୀ ଫେରିଲେ। ଏପରି ଦୃଶ୍ୟ କେନ୍ଦୁଝର ଜିଲ୍ଲା ପାଟଣାବ୍ଲକ ଅନ୍ତର୍ଗତ ଚିଲିଦା ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରୁ ଦେଖିବାକୁ ମିଳିଛି। ସୂଚନାରୁ ପ୍ରକାଶ ମଙ୍ଗଳବାର ଦିନ ଚିଲିଦା ବ୍ୟାଙ୍କ ଅଫ ଇଣ୍ଡିଆକୁ ନିଜ ନିଜର ବିଭିନ୍ନ କାର୍ଯ୍ୟ ନେଇ ତଥା ଆବାସ ଯୋଜନାରେ ଟଙ୍କା ଉଠାଇ ବାକୁ ଆସି ହିତାଧିକାରୀ ମାନେ ଦିନ ୧୦ଟା ସମୟରୁ ଟଙ୍କା ଉଠାଇବା ନିମନ୍ତେ ପାସବହି ସହ ଫର୍ମଭରି ଧାଡିରେ ଠିଆ ହୋଇ ଥିବା ବେଳେ ବ୍ୟାଙ୍କ କର୍ମଚାରୀ ମାନେ ବ୍ୟାଙ୍କରେ ଟଙ୍କା ନଥିବା କହିଥିଲେ। ପରବର୍ତ୍ତୀ ସମୟରେ ବ୍ୟାଙ୍କ କର୍ମଚାରୀ ମାନେ ବଡ଼ବିଲରୁ ଟଙ୍କା ଆଣି ୩ଟା ସମୟରେ ହିତାଧିକାରୀଙ୍କୁ ଯୋଗାଇ ଦେବାକୁ କହି ଟଙ୍କା ଆଣିଲେ କିନ୍ତୁ ଟଙ୍କା ନ ଦେଇ ବ୍ୟାଙ୍କ ଫାଟକ ବନ୍ଦ କରିଥିବା ହିତାଧିକାରୀ ମାନେ ଦେଖି ଘରକୁ ଫେରି ଆସିଥିଲେ। କେଉଁ କାରଣ ନେଇ ହିତାଧିକାରୀଙ୍କୁ ଟଙ୍କା ଦିଆ ଯାଇନଥିଲା ତାହା ଜାଣିବାକୁ ବ୍ୟାଙ୍କ ପରିଚାଳକ ଯୋଗାଯୋଗ କରିବା ସମ୍ଭବ ହୋଇନାହିଁ। ସେହିପରି ଚିଲିଦା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ରେ ମଧ୍ୟ ଅନୁରୂପ ଘଟଣାରେ ଉପଭୋକ୍ତା ମାନେ ବ୍ୟାଙ୍କରୁ ଫେରିଥିବା ଜଣାପଡିଛି।
Popular Categories



