www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ବନ ମହୋତ୍ସବ ସପ୍ତାହ ପାଳିତ

ଗୋପାଳପୁର: ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଏନ୍ ଏସ ଏସ ପକ୍ଷରୁ ବନ ମହୋତ୍ସବ ସପ୍ତାହ ପାଳିତ। ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ କ୍ୟାମ୍ପସ ପରିସରରେ ଥିବା ନୂତନ ସମ୍ମିଳନୀ କକ୍ଷ ନିକଟରେ ଚାରାରୋପଣ କରି ବନମହୋତ୍ସବ ସପ୍ତାହର ଶୁଭାରମ୍ଭ କରିଥିଲେ। ଏହି ଅବସରରେ କୁଳପତି କ୍ୟାମ୍ପସକୁ ସବୁଜସୁନ୍ଦର କରିବା ସହ ମୁକ୍ତ ବାୟୁ ପାଇବା ପାଇଁ ପ୍ରୟାସ କରିଛନ୍ତି। ଶିଶୁ ଯତ୍ନ ଭଳି ଗଛ ଲଗାଇବା ଠାରୁ ଗୋଟିଏ ଗଛ କୁ ପୌଷ୍ୟ ଗ୍ରହଣ କରି ତାର ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ। ପ୍ରତ୍ୟକ ଛାତ୍ରଛାତ୍ରୀ ଓ କର୍ମଚାରୀ ଗୋଟିଏ ଲେଖାଏଁ ଗଛ ଲଗାଇବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କୁଳସଚିବ ସଚ୍ଚିଦାନନ୍ଦ ନାୟକ ଚାରା ରୋପଣ କରିବା ସହ ବନମହୋତ୍ସବ କାର୍ଯ୍ୟକ୍ରମର ଆବଶ୍ୟକତା ଓ ବୃକ୍ଷରୋପଣର ଉପକାରିତା ଉପରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମର ମୁଖ୍ୟଅତିଥି ଭାବେ ବିଶିଷ୍ଟ ସମାଜସେବୀ ତଥା ବୃକ୍ଷପ୍ରେମୀ ବନମାଳୀ ପ୍ରଧାନ ଯୋଗଦେଇ କ୍ୟାମ୍ପସ ପରିସରରେ ଚାରାରୋପଣ କରିବା ସହ ବୃକ୍ଷକୁ ମା ଭାବେ ଗ୍ରହଣ କରି ତା ସେବା କରିବା ପାଇଁ ଆହ୍ବାନ ଦେଇଥିଲେ। କାର୍ଯ୍ୟକ୍ରମରେ ଏନଏସଏସ ର ପୂର୍ବତନ ଜିଲ୍ଲା କାର୍ଯ୍ୟକ୍ରମ ଅଧିକାରୀ ଡକ୍ଟର ସତିଶ ନାୟକ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବୃକ୍ଷରୋପଣ କରିବା ସହ ଯତ୍ନ ଓ ସୁରକ୍ଷା ନେବାପାଇଁ ସମସ୍ତଙ୍କୁ ଶପଥପାଠ କରାଇଥିଲେ। ଏହି ଅଭିଯାନରେ ଏନଏସଏସ ପକ୍ଷରୁ ସପ୍ତାହ ବ୍ୟାପି ବିଶ୍ବବିଦ୍ୟାଳୟ ପରିସରରେ ଥିବା ହଷ୍ଟେଲ, ବିଭିନ୍ନ ବିଭାଗ ସମ୍ମୁଖରେ ୧୦୦୦ ଚାରା ରୋପଣ କରାଯିବ ବୋଲି କୁଳପତି କହିଥିଲେ।

Hot this week

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

୧୫୫ଟି ବାର୍ ରେ ଅବକାରୀ ବିଭାଗର ଚଢାଉ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ ପୂର୍ବରୁ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ...

Related Articles

Popular Categories