www.samajalive.in
Sunday, December 14, 2025
15.1 C
Bhubaneswar

ବାହୁଡ଼ା ବାଟରେ ସୁନା ବେଶରେ ଦର୍ଶନ ଦେଲେ ପ୍ରସନ୍ନମଣି

ତିଗିରିଆ: ତିଗିରିଆ ଗଡ଼ଜାତର ପରମ ଆରାଧ୍ୟ ପ୍ରଭୁ ଶ୍ରୀପ୍ରସନ୍ନମଣିଙ୍କର ପବିତ୍ର ବାହୁଡା ପର୍ବ ଓ ବାଟରେ ସୁନାବେଶ ପାରମ୍ପରିକ ରୀତିନୀତି ଓ ଶାନ୍ତି ଶୃଙ୍ଖଳାର ସହ ଅନୁଷ୍ଠିତ ହୋଇଛି। ପୀଠ ପ୍ରଚଳିତ ପୁରାତନ ପରମ୍ପରା ଅନୁସାରେ ପୁରୀ ଶ୍ରୀକ୍ଷେତ୍ର ଘୋଷ ଯାତ୍ରାର ଅନୁରୂପ ତିଗିରିଆରେ ଅନୁଷ୍ଠିତ ହୋଇଥାଏ। ମାତ୍ର ଦଶମୀ ତିଥିରେ ବାହୁଡା ଯାତ୍ରା ନହୋଇ ଏକାଦଶୀ ତିଥିରେ ପ୍ରସନ୍ନମଣିଙ୍କ ବାହୁଡା ଯାତ୍ରା ଅନୁଷ୍ଠିତ ହୋଇଥାଏ।

ଗୁରୁବାର ଭୋର୍ ସମୟରୁ ଗୁଣ୍ଡିଚା ମନ୍ଦିର ଫିଟାଯାଇ ମଙ୍ଗଳ ଆଳତି, ଅବକାଶ, ନିତ୍ୟ ଅବକାଶ, ସୂର୍ଯ୍ୟପୂଜା ଦ୍ଵାରପାଳ ପୂଜା, ସକାଳ ଧୂପ, ମଧ୍ୟାହ୍ନ ଧୂପ ନୀତି ଶେଷ ହେବା ପରେ ଅପରାହ୍ନ ୩ଟା ସମୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ଘଣ୍ଟ ଘଣ୍ଟା , ଛତl, ଚାମର ଆଲଟ, ବନାଟି ସହିତ ସେବାୟତଙ୍କ ଦ୍ଵାରା ଗୁଣ୍ଡିଚା ମନ୍ଦିରରୁ ଆଣି ରଥାରୁଢ଼ କରାଯାଇଥିଲା। ଏହା ପରେ ତିଗିରିଆର ବର୍ତ୍ତମାନର ରାଜା ଶ୍ରୀଶ୍ରୀ ବୀରପ୍ରତାପ କ୍ଷେତ୍ରୀୟ ବୀରବର ଚମୁପତି ସିଂମହାପାତ୍ର ଶୋଭାଯାତ୍ରାରେ ଆସି ତିନି ରଥରେ ଛେରା ପହଁରା କାର୍ଯ୍ୟ ସମ୍ପନ୍ନ କରିଥିଲେ। ପରେ ଅପରାହ୍ନ ୫ଟାରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇ ୫.୩୦ ସୁଦ୍ଧା ବଡକୂଅ ନିକଟରେ ପହଞ୍ଚିଥିଲା। ପୁରୁଣା ପରମ୍ପରା ଅନୁସାରେ ବଡ଼କୂଅ ନିକଟରେ ଆଜି ଏକାଦଶୀ ତିଥିରେ ପ୍ରଭୁ ପ୍ରସନ୍ନମଣି ବିଭିନ୍ନ ପ୍ରକାର ସୁବର୍ଣ୍ଣ ଅଳଙ୍କାର ଲଗାଇ ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ। ଆଜିର ବାହୁଡା ଯାତ୍ରା ଓ ସୁନାବେଶର ସମସ୍ତ ନୀତିକାନ୍ତି ମୁଖ୍ୟ ପୂଜକ ମଣ୍ଟୁ ପଣ୍ଡାଙ୍କ ତତ୍ତ୍ଵାବଧାନ ଏବଂ ଅନ୍ୟ ସେବାସୀଙ୍କ ସହଯୋଗରେ ହୋଇଥିଲା। ବାହୁଡ଼ା ଯାତ୍ରା ଉପଲକ୍ଷେ ତିନି ରଥ ସମ୍ମୁଖରେ ସାଂସ୍କୁତିକ କାର୍ଯ୍ୟକ୍ରମ ଓ ଆତସବାଜି ପ୍ରଦର୍ଶନ କରାଯାଇଥିଲା।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories