www.samajalive.in
Tuesday, December 9, 2025
16.1 C
Bhubaneswar

ଲକ୍ଷ୍ମୀ ନାରାୟଣଙ୍କୁ ଭେଟ କରାଇବେ ଗଜପତି, ପୋଡ଼ପିଠା ଖାଇବେ ଦାରୁବ୍ରହ୍ମ

ପୁରୀ: ବାହୁଡା ଯାତ୍ରା ସମୟରେ ଲକ୍ଷ୍ମୀ ଓ ନାରାୟଣଙ୍କୁ ଭେଟ କରାଇବେ ଗଜପତି ମହାରାଜ। ବଡଭାଇ ଶ୍ରୀବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କ ସହ ମହାପ୍ରଭୁ ଶ୍ରୀଜଗନ୍ନାଥ ରଥରେ ବସି ଫେରୁଥିବା ଖବର ପାଇ ଜଗତଜନନୀ ମହାଲକ୍ଷ୍ମୀ ବେଶ ହୋଇ ଦାସୀମାନଙ୍କ ସହ ଶ୍ରୀମନ୍ଦିର ଆନନ୍ଦ ବଜାରରେ ଥିବା ଚାହାଁଣି ମଣ୍ଡପରେ ବିଜେ କରିବେ। ନନ୍ଦିଘୋଷ ରଥ ଶ୍ରୀନଅର ନିକଟରେ ଅଟକିବା ବିଧି ରହିଛି। ଏହାପରେ ସେବକମାନେ ମହାଲକ୍ଷ୍ମୀଙ୍କୁ ସୁସଜ୍ଜିତ ପାଲିଙ୍କିରେ ସେଠାରେ ବିଜେ କରାଇବେ। ଶ୍ରୀବଳଭଦ୍ର ଦେଢଶୁର ହୋଇଥିବାରୁ ତାଙ୍କ ସମ୍ମୁଖରେ ଘେର ପକାଯିବ। ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବ ମହାଲକ୍ଷ୍ମୀଙ୍କୁ ନେଇ ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସେଠାରେ ଭେଟ କରାଇବେ। ଶ୍ରୀଜଗନ୍ନାଥଙ୍କ ଶ୍ରୀଅଙ୍ଗ ଲାଗି ଆଜ୍ଞାମାଳ ମହାଲକ୍ଷ୍ମୀଙ୍କୁ ପ୍ରଦାନ କରାଯିବ। ମହାଲକ୍ଷ୍ମୀ ନନ୍ଦିଘୋଷ ରଥ ପ୍ରଦକ୍ଷିଣ କରିବେ। ଅଭିମାନ ଭଙ୍ଗକରି ଲକ୍ଷ୍ମୀ ଠାକୁରାଣୀ ଶ୍ରୀମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିବେ। ଏହାପରେ ନନ୍ଦିଘୋଷ ରଥ ଟଣାଯାଇ ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖକୁ ନିଆଯିବ ।

ଶ୍ରୀଗୁଣ୍ଡିଚା ମନ୍ଦିର ଆଡପ ମଣ୍ଡପରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡିବା ବେଳେ ମାଉସୀ ମା’ ମନ୍ଦିର ନିକଟରେ ପୋଡପିଠା ଖାଇବେ ଦାରୁବ୍ରହ୍ମ। ମାଉସୀ ମା’ ମନ୍ଦିର ମାର୍ଫତଦାର ଏବଂ ସେବକ ପ୍ରସ୍ତୁତ କରିଥିବା ସ୍ୱାଦିଷ୍ଟ ପୋଡପିଠା ତିନିରଥ ସମ୍ମୁଖରେ ଶ୍ରୀଜୀଉଙ୍କୁ ଅର୍ପଣ କରାଯିବ। ମନ୍ଦିର ସେବକ ମନୋରଞ୍ଜନ ମିଶ୍ରଙ୍କ ଘରେ ନିଷ୍ଠାର ସହ ଚାଲିଛି ପୋଡପିଠା ପ୍ରସ୍ତୁତି। ଅନ୍ୟତମ ଦାବିଦାର ବିଶ୍ୱନାଥ ମିଶ୍ର ମଧ୍ୟ ପୋଡପିଠା ପ୍ରସ୍ତୁତ କରୁଛନ୍ତି । ଅଟା, ଗୁଡ, ନଡିଆ, ଛେନା, କାଜୁ, ଅଳେଇଚ, ଲବଙ୍ଗ ଓ ଘିଅରେ ପୋଡପିଠା ପ୍ରସ୍ତୁତ କରାଯାଏ । ସେସବୁ ଚକଟାଯାଇ ବାମ୍ଫରେ ସିଝାଯାଏ। ଏହାପରେ ତାକୁ ଖଣ୍ଡ ଖଣ୍ଡ କରି କଟାଯାଇ ଭଲ ଘିଅରେ ଛଣାଯାଏ। ରଥରେ ବସି ମହାପ୍ରଭୁ ବାହୁଡା ବିଜେ କରିବା ବେଳେ ନୂଆ ମାଟି କୁଡୁଆରେ ପୋଡପିଠା ରଥ ସମ୍ମୁଖକୁ ନିଆଯାଏ। ପୂଜାପଣ୍ଡା ସେବକ ଶ୍ରୀଜୀଉଙ୍କୁ ଭୋଗ ଲଗାନ୍ତି । ଏହି ପରମ୍ପରା ଦୀର୍ଘବର୍ଷ ଧରି ପ୍ରଚଳିତ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories