
ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା ସମ୍ପର୍କିତ ସଚେତନ ବୈଠକ

ଫୁଲବାଣୀ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁ ପଞ୍ଚାୟତ କାର୍ଯ୍ୟାଳୟ ସଭାଗୃହ ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା କାର୍ଯ୍ୟକାରିତା ସମ୍ପର୍କିତ ସଚେତନତା ବୈଠକ ଅନୁଷ୍ଠିତ ହୋଇଛି। ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଝୁଲିଲତା ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚେତନ ବୈଠକରେ ଡିଣ୍ଡିରା ଗାଁ ପଞ୍ଚାୟତର ୧୧ଟି ୱାର୍ଡରୁ ସର୍ବମୋଟ ୭୮ଟି ଆବାସ ଗୃହ କାର୍ଯ୍ୟାଦେଶ ପ୍ରଦାନ କରାଯାଇଥିବା ବେଳେ ଆଜି ଦିନ ୧୧ଟାରେ ସମସ୍ତ କାର୍ଯ୍ୟାଦେଶ ପାଇଥିବା ହିତାଧିକାରୀ ମାନଙ୍କୁ ନେଇ ଆବାସ ଗୃହ କିଭଳି ଭାବରେ ଖୁବ ଶୀଘ୍ର କାର୍ଯ୍ୟ ସମ୍ପୂର୍ଣ କରାଯାଇ ପାରିବ ସେ ନେଇ ସଚେତନ କରାଯାଇଥିଲା। ଆସନ୍ତା ତିନି ମାସ ମଧ୍ୟରେ ଆବାସ ଗୃହ କାର୍ଯ୍ୟ ସମ୍ପୂର୍ଣ କରିବା ସହ ମିଳୁଥିବା ବୋନସକୁ କିଭଳି ଭାବରେ ପାଇ ପାରିବେ ସେ ନେଇ ସଚେତନ କରାଯାଇଥିଲା।
Comments are closed.