www.samajalive.in
Sunday, December 14, 2025
19.1 C
Bhubaneswar

ହେରାପଞ୍ଚମୀ ଦେଖିବାକୁ ଭକ୍ତଙ୍କ ଭିଡ଼

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ହୋଇଥିବା ରଥଯାତ୍ରାର ଚତୁର୍ଥ ଦିବସରେ ଶ୍ରୀ ଜଗନ୍ନାଥଙ୍କ ନୃସିଂହ ଅବତାର ଓ ହେରାପଞ୍ଚମୀ ଦେଖିବାକୁ ଭକ୍ତଙ୍କ ପ୍ରବଳ ଭିଡ଼ ଲାଗି ରହିଥିବା ଦେଖିବାକୁ ମିଳିଛି। ତିନି ଦିଅ ମାଉସୀ ମା’ ବା ଗୁଣ୍ଡିଚା ମନ୍ଦିରରେ ରହି ଶ୍ରୀ ଜଗନ୍ନାଥ ମତ୍ସ୍ୟ, କଚ୍ଛପ, ବରାହ ଅବତାର ପରେ ଆଜି ହେରାପଞ୍ଚମୀ ଅବସରରେ ନୃସିଂହ ଅବତାର ଧାରଣ କରିଛନ୍ତି। ସେବାୟତ ମାନେ ସକାଳୁ ରୀତିନୀତି ଅନୁଯାୟୀ ଧୂପ ଦୀପ, ମଙ୍ଗଳ ଆଳତି କରି ଶ୍ରୀ ଜୀଉଙ୍କୁ ବଳଭଦ୍ର, ସୁଭଦ୍ରା, ପତିତପାବନଙ୍କୁ ସୁସଜ୍ଜିତ କରିବା ପରେ ଜଗନ୍ନାଥଙ୍କୁ ନୃସିଂହ ଅବତାରରେ ସଜ୍ଜିତ କରିଥିଲେ। ନୈବେଦ୍ୟ, ଧୂପଦୀପ କରିବା ପରେ ଦୁଆର ଫିଟାଯାଇଥିଲା। ଏ ଅବସରରେ ସନ୍ଧ୍ୟାରେ ଶ୍ରୀ ମନ୍ଦିରରୁ ମା ଲକ୍ଷ୍ମୀ ଠାକୁରାଣୀ ଗୁଣ୍ଡିଚା ମନ୍ଦିରକୁ ଆସି ଶ୍ରୀ ଜଗନ୍ନାଥଙ୍କ ସହ ବଚନୀକା ମଧ୍ୟରେ କଳି କରି ରଥ ଭାଙ୍ଗି ବଡ ପଣ୍ଡା ବାପିନ କୁମାର ମିଶ୍ର (ଲାରା)ଙ୍କୁ ଏକ ଖମ୍ବରେ ବାନ୍ଧି ରାଗରେ ପୁଣି ଶ୍ରୀ ମନ୍ଦିରକୁ ଚାଲି ଯାଉଥିବା ଦୃଶ୍ୟ ଦେଖିବାକୁ ପ୍ରବଳ ମାତ୍ରାରେ ଭକ୍ତଙ୍କ ଭିଡ ଲାଗିରହିଥିବା ଦେଖିବାକୁ ମିଳିଛି।ଏଥିରେ ଶାନ୍ତି ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏ ଅବସରରେ ପ୍ରତ୍ୟେକ ଦିନ ସନ୍ଧ୍ୟାରେ ଭଜନ ସମାରୋହ ପରିବେଷଣ କରାଯାଉଛି।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories