www.samajalive.in
Wednesday, December 10, 2025
14.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ

ଫୁଲବାଣୀ: ଗୁରୁବାର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଗ୍ରାମପଞ୍ଚାୟତର ଲହବାଡି ପ୍ରାଥମିକ ସ୍କୁଲ ସମ୍ମୁଖ ୧୫୭ ଜାତୀୟ ରାଜପଥ ଉପରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିଲେ। ଖବର ଅନୁଯାୟୀ ଚକାପାଦ ବ୍ଲକ ଆରାବାକା ପଞ୍ଚାୟତ କାମ୍ବ୍ରିକିଆ ଗ୍ରାମ ଅଞ୍ଚଳର ଦୁଇ ଜଣ ଯୁବକ ବାଇକରେ ଫୁଲବାଣୀରୁ କାମ୍ବ୍ରିକିଆ ଫେରୁଥିବା ବେଳେ ଲାହାବାଡ଼ି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୧୫୭ ନମ୍ବର ଜାତୀୟ ରାଜପଥରେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଟ୍ରାକ୍ଟରରେ ଧକ୍କା ହୋଇଥିଲା ଫଳରେ ବାଇକ ଚାଳକ ଯୁବକ କମ୍ବ୍ରିକିଆ ଅଞ୍ଚଳର ସରୋଜ କହଁର ଗୁରୁତର ଆହତ ହୋଇଥିବା ବେଳେ ପଛରେ ବସିଥିବା ଯୁବକ ଶେଷଦେବ ହଂସ ସାମାନ୍ୟ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଆର ବିଏସ ଟିମର ଡାକ୍ତର ସ୍ମୃତି ସ୍ବାତୀ ପ୍ରଜ୍ଞା ଏବଂ ତାଙ୍କ ଟିମ୍ ମାନବିକର ପରିଚୟ ଦେଇ ତାଙ୍କୁ ଉଦ୍ଧାର କରି ତାଙ୍କ ବୋଲେରୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଭର୍ତ୍ତି କରାଇଥିଲେ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories