www.samajalive.in
Sunday, December 14, 2025
26.1 C
Bhubaneswar

ବାଇକ ଦୁର୍ଘଟଣାରେ ଜଣେ ଗୁରୁତର, ଜଣେ ଆହତ

ଫୁଲବାଣୀ: ଗୁରୁବାର କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ କେରେଡ଼ି ଗ୍ରାମପଞ୍ଚାୟତର ଲହବାଡି ପ୍ରାଥମିକ ସ୍କୁଲ ସମ୍ମୁଖ ୧୫୭ ଜାତୀୟ ରାଜପଥ ଉପରେ ବାଇକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ବେଳେ ଅନ୍ୟ ଜଣେ ଯୁବକ ସାମାନ୍ୟ ଆହତ ହୋଇଥିଲେ। ଖବର ଅନୁଯାୟୀ ଚକାପାଦ ବ୍ଲକ ଆରାବାକା ପଞ୍ଚାୟତ କାମ୍ବ୍ରିକିଆ ଗ୍ରାମ ଅଞ୍ଚଳର ଦୁଇ ଜଣ ଯୁବକ ବାଇକରେ ଫୁଲବାଣୀରୁ କାମ୍ବ୍ରିକିଆ ଫେରୁଥିବା ବେଳେ ଲାହାବାଡ଼ି ଗ୍ରାମ ପ୍ରାଥମିକ ବିଦ୍ୟାଳୟ ସମ୍ମୁଖ ୧୫୭ ନମ୍ବର ଜାତୀୟ ରାଜପଥରେ ବାଇକଟି ଭାରସାମ୍ୟ ହରାଇ ଗୋଟିଏ ଟ୍ରାକ୍ଟରରେ ଧକ୍କା ହୋଇଥିଲା ଫଳରେ ବାଇକ ଚାଳକ ଯୁବକ କମ୍ବ୍ରିକିଆ ଅଞ୍ଚଳର ସରୋଜ କହଁର ଗୁରୁତର ଆହତ ହୋଇଥିବା ବେଳେ ପଛରେ ବସିଥିବା ଯୁବକ ଶେଷଦେବ ହଂସ ସାମାନ୍ୟ ଆହତ ହୋଇଥିଲେ। ଘଟଣା ସ୍ଥଳରେ ଆର ବିଏସ ଟିମର ଡାକ୍ତର ସ୍ମୃତି ସ୍ବାତୀ ପ୍ରଜ୍ଞା ଏବଂ ତାଙ୍କ ଟିମ୍ ମାନବିକର ପରିଚୟ ଦେଇ ତାଙ୍କୁ ଉଦ୍ଧାର କରି ତାଙ୍କ ବୋଲେରୋରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଫୁଲବାଣୀରେ ଭର୍ତ୍ତି କରାଇଥିଲେ।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories