ଫୁଲବାଣୀ: ଫୁଲବାଣୀ ବ୍ଲକର କେରେଡି ପଞ୍ଚାୟତ ସଭାଗୃହରେ ପଞ୍ଚାୟତର ସରପଞ୍ଚ ବିନିତା ପ୍ରଧାନଙ୍କ ଅଧ୍ୟକ୍ଷତାରେ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରକଳ୍ପର ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ସମୀକ୍ଷା ବୈଠକରେ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରକଳ୍ପର ରାଜ୍ୟ କାର୍ଯ୍ୟକ୍ରମ ସଂଯୋଜକ ତାପସ କୁମାର ମହାନ୍ତି ଯୋଗଦାନ କରିଥିଲେ। ସମୀକ୍ଷା ବୈଠକରେ ପଞ୍ଚାୟତର ସମସ୍ତ ୱାର୍ଡ଼ ସଭ୍ୟ/ସଭ୍ୟା, ଯୋଗାଣ ସହାୟକ, ସିଓଇ ର କାର୍ଯ୍ୟକ୍ରମ ପ୍ରବନ୍ଧକ, ପଞ୍ଚାୟତ ସ୍ତରୀୟ ମହାସଂଘର ସଭାନେତ୍ରୀ, ସମ୍ପାଦିକା, ସି ଆର ପି, ଏମ ବି କେ, କୃଷି ମିତ୍ର, ପ୍ରାଣୀ ମିତ୍ର ଏବଂ ଇସି ମେମ୍ବର ମାନେ ଉପସ୍ଥିତ ଥିଲେ। ସମୀକ୍ଷା ବୈଠକରେ ଆଦର୍ଶ ଗ୍ରାମ ପଞ୍ଚାୟତ ପ୍ରକଳ୍ପ ଅଧିନରେ କେରେଡି ପଞ୍ଚାୟତ ଯେଉଁ କାର୍ଯ୍ୟକ୍ରମ ଗୁଡ଼ିକୁ ହାତକୁ ନେଇଛି ତାର ସବିଶେଷ ଆଲୋଚନା କରାଯାଇଥିଲା।
Popular Categories



