www.samajalive.in
Wednesday, December 10, 2025
26.1 C
Bhubaneswar

ଗୁଣ୍ଡରୁଚୁଆଁ ଅମ୍ରିତା ସିଂ ହତ୍ୟା ମାମଲା, ଏସପିଙ୍କ ନିକଟରେ ଗ୍ରାମବାସୀ ଦ୍ୱାରସ୍ଥ

ସମ୍ବଲପୁର: ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅର୍ନ୍ତଗତ ଗୁଣ୍ଡୁରୁଚୂଆଁ ଠାରେ ଗତ ୨୩ ତାରିଖରେ ଗଣଧର୍ଷଣ ଓ ହତ୍ୟାର ଶିକାର ହୋଇଥିବା ନାବାଳିକା ଅମ୍ରିତା ସିଂ ଙ୍କୁ ନ୍ୟାୟ ଦେବା ପାଇଁ ଗ୍ରାମବାସୀ ମଙ୍ଗଳବାର ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକ ଙ୍କ ନିକଟରେ ଦ୍ୱାରସ୍ଥ ହୋଇ ଫେରାଦ ହୋଇଛନ୍ତି। ଜିଲା ପୁଲିସ ଆରକ୍ଷୀ ଅଧିକ୍ଷକଙ୍କୁ ଗ୍ରାମବାସୀ ଦେଇଥିବା ଅଭିଯୋଗ ପତ୍ର ଅନୁଯାୟୀ, ନାବାଳିକା ଙ୍କୁ ଗଣଧର୍ଷଣ କରିବା ପରେ ତାଙ୍କୁ ହତ୍ୟା କରାଯାଇ ସ୍ଥାନୀୟ ଅଞ୍ଚଳରେ ଥିବା ପାଣି ଟାଙ୍କି ତଳେ ଫିଙ୍ଗି ଦେଇ ଚାଲି ଯାଇଛନ୍ତି। ଅଞ୍ଚଳବାସୀ ୨୪ ତାରିଖ ସକାଳୁ ମୃତକଙ୍କ କ୍ଷତାକ୍ତ ଶବ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ ଏବଂ ପୁଲିସ ଘଟଣାସ୍ଥଳକୁ ଆସିଥିଲା। ପ୍ରଥମରୁ ହିଁ ପୁଲିସର କାର୍ଯ୍ୟଶୈଳୀ ସନ୍ଦେହ ଘେରରେ ରହିଥିବା ବେଳେ ମୃତକଙ୍କ ଶରୀର ପ୍ରଥମେ ପୁଲିସ ତାଙ୍କର ମାଁଙ୍କୁ ଯାଞ୍ଚ କରିବାକୁ କହିଥିଲା। ଏହି ଘଟଣାରେ ଜଣେ ଯୁବକଙ୍କୁ ପୁଲିସ ଗିରଫ କରିଥିବା ବେଳେ ଅନ୍ୟ ମାନଙ୍କୁ ଧରିବାକୁ ପଛ ଘୁଞ୍ଚା ଦେଉଛି। ଏଥି ସହ ଘଟଣାର ତଦନ୍ତ ସଠିକ ଭାବରେ ନ କରିବା, ଆଖପାଖ ଅଞ୍ଚଳରେ ପଚରାଉଚୁରା ନ କରିବା, ଘଟଣାସ୍ଥଳରୁ ଅନିତି ଦୂରରେ ମଦ ବୋତଲ ସମେତ ପ୍ଲାଷ୍ଟିକ ଗ୍ଲାସ ପଡ଼ି ରହିବା, ପରିବାର ଙ୍କୁ ଧମକ ଦେବା ଆଦି ଭଳି ଘଟଣା ଗ୍ରାମବାସୀଙ୍କ ମନରେ ସନ୍ଦେହକୁ ଆହୁରୀ ଦୃଢ଼ିଭୂତ କରୁଛି। ଏଥି ସହ ସେହି ରାତ୍ରିରେ ହୋଇଥିବା ଘଟଣା ସମ୍ପର୍କରେ କିଛିଟା ସୁରାକ ପାଇ ପୁଲିସକୁ ପ୍ରଦାନ କରାଯାଇଥିବା ସତ୍ୱେ ତଦନ୍ତ କରାଯାଉ ନାହିଁ ବୋଲି ସଙ୍ଗୀନ ଅଭିଯୋଗ କରାଯାଇଛି। ଏଣୁ କୁଚିଣ୍ଡା ପୁଲିସର କାର୍ଯ୍ୟଶୈଳୀକୁ ସନ୍ଦେହ କରିବା ସହିତ ଶବ ବ୍ୟବଚ୍ଛେଦ ରିପୋର୍ଟରେ ଗଡ଼ବଡର ଆଶଙ୍କା କରି ସେମାନେ ଏସପି ଙ୍କ ସହିତ ସାକ୍ଷାତକାର କରି ଆଲୋଚନା କରିଛନ୍ତି। ଏ ସମ୍ପର୍କରେ ବିହିତ ପଦକ୍ଷେପ ନିଆଯିବ ବୋଲି ଏସପି ଗ୍ରାମବାସୀଙ୍କୁ ପ୍ରତିଶୃତି ଦେଇଛନ୍ତି ବୋଲି ଜଣାପଡ଼ିଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories