ସମ୍ବଲପୁର: ସମ୍ବଲପୁରର ଧନୁପାଲି ସ୍ଥିତ ତୁରୀପଡ଼ା ଠାରେ ୨୪ତମ ଅଷ୍ଟପ୍ରହରୀ ନାମଯଜ୍ଞ ଉଦଯାପିତ ହୋଇଯାଇଛି। ଏହି ନାମଯଜ୍ଞରେ ସମ୍ବଲପୁର, ବରଗଡ଼, ବୌଦ୍ଧ ଆଦି ବିଭିନ୍ନ ଜିଲାରୁ ନାମ ଦଳ ଗୁଡିକ ସାମିଲ ହୋଇଛନ୍ତି। ଏହି ଧାର୍ମିକ କାର୍ଯ୍ୟକ୍ରମ ସୋମବାର ଅଧିବାସ କରାଯାଇ ନାମ ଧରାଯାଇଥିଲା। ମଙ୍ଗଳବାର ଏହି ନାମଯଜ୍ଞ ସମ୍ପନ୍ନ ହୋଇଛି। ଉଦଯାପନୀ ଉତ୍ସବରେ ଶୁଭେନ୍ଦୁ ନାୟକ, ସୁରେନ ଖଟେଇ, ସଞ୍ଜୀବ ପାଣିଗ୍ରାହୀ ପ୍ରମୁଖ ଅତିଥି ରୂପେ ଯୋଗ ଦେଇଥିଲେ। ଏହି ଧାର୍ମିକ ମହୋତ୍ସବରେ କର୍ତ୍ତା ରୂପେ ସହଦେବ ମଲ୍ଲିକ ଓ ଗହଲ ମଲ୍ଲିକ ଦାୟିତ୍ୱ ନିର୍ବାହ କରିଛନ୍ତି। ନାମଯଜ୍ଞ ଆୟୋଜନ କମିଟିର ସଭାପତି ଚନ୍ଦ୍ର ଶେଖର ବେସନ, ସମ୍ପାଦକ ସୋନୁ ମହାନନ୍ଦ, ମୁଖ୍ୟ ଉପଦେଷ୍ଟା ଦିଲିପ କୁମାର ମହାନନ୍ଦ ପ୍ରମୁଖ ରହିଛନ୍ତି। ଏହି ଧାର୍ମିକ କାର୍ଯ୍ୟକ୍ରମକୁ ଆୟୋଜନ ଓ ପରିଚାଳନାରେ ଅଞ୍ଚଳବାସୀ ସହାୟତା କରିଥିଲେ।
Popular Categories



