www.samajalive.in
Saturday, December 6, 2025
23.1 C
Bhubaneswar

ଅପହୃତା ନିର୍ଯ୍ୟାତିତା ନବବଧୂ ଉଦ୍ଧାର

ବେଗୁନିଆ : ବେଗୁନିଆ ଥାନା ଅଞ୍ଚଳରୁ ଶୁକ୍ରବାର ଜଣେ ଅପହୃତା ଓ ନିର୍ଯ୍ୟାତିତ ନବବଧୂ ଉଦ୍ଧାର ହୋଇଛନ୍ତି। ଜଣେ ବିବାହିତା ମହିଳାଙ୍କ ସ୍ୱାମୀ ଦ୍ୱିତୀୟ ବିବାହ କରିଥିବା ଜଣାପଡିବା ପରେ ପରିବାରରେ ଅଶାନ୍ତି ଲାଗିରହିଥିଲା । ଫଳରେ ଦ୍ୱିତୀୟ ବିବାହ କରିଥିବା ମହିଳାଙ୍କୁ ମାନସିକ ଏବଂ ଶାରୀରିକ ନିର୍ଯ୍ୟାତନା ଦେଇ ଶ୍ୱଶୁର ଘର ଲୋକେ ନିଶା ଔଷଧ ଦେଇ ଏକ ଜଙ୍ଗଲ ଭିତରେ ରଖିଥିଲେ। ଅନ୍ୟପଟେ ଝିଅର ବାପାଙ୍କୁ ଝିଅ ଘରେ ନାହିଁ ବୋଲି ଫୋନ କରି ଜଣାଇଥିଲେ । ବାପା ଏ ସଂକ୍ରାନ୍ତରେ ବେଗୁନିଆ ଥାନାରେ ଏତଲା ଦେଇ ତାଙ୍କ ଝିଅକୁ ଉଦ୍ଧାର କରିବା ପାଇଁ ନିବେଦନ କରିବା ପରେ ପୁଲିସ ଏକ ନିଖୋଜ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବାବେଳେ ସୌଭାଗ୍ୟବଶତଃ ଆଜି ମହିଳାଜଣକ ସେମାନଙ୍କ କବଳରୁ ଖସି ଆସି ନିକଟରେ ଥିବା ଏକ ପାନ ଦୋକାନରୁ ତାଙ୍କ ବାପାଙ୍କୁ ଫୋନ କରିଥିଲେ । ପୁଲିସ ଏବେ ଝିଅକୁ ବାପା ଜିମା ଦେଇ ଘଟଣାର ତଦନ୍ତ କରୁଛି ।

ବେଗୁନିଆ ଥାନା ଅନ୍ତର୍ଗତ ଧଳାପଥର ଗ୍ରାମର ଭାଲୁ ବେହେରାଙ୍କ ପୁଅ ରଂଜନ ବେହେରା ଖୋର୍ଦ୍ଧା ଥାନା ଅନ୍ତର୍ଗତ କେରଙ୍ଗ ବରସାହି ଗ୍ରାମର ଅର୍ଜୁନ ବେହେରାଙ୍କ ଝିଅ ପୂଜା ବେହେରାଙ୍କୁ ଗହୀରଗାଡ଼ିଆ ବନଦୁର୍ଗା ମନ୍ଦିରରେ ୨୧.୫ .୨୧ରିଖରେ ବୈଦିକ ରୀତିରେ ବିବାହ କରିଥିଲେ । କିନ୍ତୁ ବିବାହ ପୂର୍ବରୁ ରଞ୍ଜନ ଅନ୍ୟ ଜଣଙ୍କୁ ବିବାହ କରିଥିବା ଘଟଣା ପରିବାରର ସମସ୍ତେ ଗୋପନ ରଖିଥିଲେ । ବିବାହ ପରେ ଏହି ଘଟଣା ଜଣାପଡିବା ପରେ ପରିବାରରେ ଅଶାନ୍ତି ଲାଗି ରହିଥିଲା । ଯାହା ଫଳରେ ପୂଜାଙ୍କୁ ତାଙ୍କ ସ୍ୱାମୀ, ଶାଶୁ ଏବଂ ଶ୍ୱଶୁର ନିର୍ଯ୍ୟାତନା ଦେଇ ଆସୁଥିଲେ । ଏପରିକି ତାଙ୍କୁ ବାପଘରକୁ ମଧ୍ୟ ଛାଡୁ ନ ଥିଲେ । ଗତ ୨୯ ତାରିଖରେ ପୂଜା ବାପାଙ୍କୁ ଫୋନ କରି ତାଙ୍କୁ ନେଇଯିବା ପାଇଁ କହିଥିଲା । କିନ୍ତୁ ୩୧ ତାରିଖ ଦିନ ଶ୍ୱଶୁର ଘର ଲୋକେ ଝିଅ ଘରେ ନାହିଁ ବୋଲି ଫୋନ କରି ତାଙ୍କ ବାପାଙ୍କୁ କହିଥିଲେ । ଝିଅର ବାପା ଅର୍ଜୁନ ଝିଅ ଘରକୁ ଆସି ଝିଅ କାହିଁ କୁଆଡେ ଯାଇଛି ବୋଲି ପଚାରିବାରେ ସେମାନେ ଓଲଟା ତାଙ୍କୁ ଗାଳି ଗୁଲଜ କରି ଧମକ ଚମକ ଦେଇଥିଲେ । ଝିଅକୁ ଖୋଜା ଖୋଜି କରି ନ ପାଇବା ପରେ ଗତ ୩୧ ତାରିଖରେ ଅର୍ଜୁନ ବେଗୁନିଆ ଥାନାରେ ଏ ସଂକ୍ରାନ୍ତରେ ଏତଲା ଦେଇଥିଲେ । ଏତଲା ଦେବା ପରେ ଶାଶୁ ଘର ଲୋକମାନେ ଫେରାର ହୋଇଯାଇଥିଲେ । ସେମାନେ ପୂଜାଙ୍କୁ ନେଇ ବୈଦେଶ୍ୱର ଥାନା ଖଜୁରିପଦା ଚାରିଛକ ନିକଟରେ ଥିବା ଜଙ୍ଗଲ ଭିତରେ ରଖିଥିଲେ । ସେଠାରେ ତାଙ୍କୁ ନିଶା ଦେଇ ବିଭିନ୍ନ ପ୍ରକାର ନିର୍ଯ୍ୟାତନା ଦିଆଯାଉଥିଲା । ଆଜି ପୂଜା ଜଙ୍ଗଲ ଭିତରୁ କୌଣସି ପ୍ରକାରେ ଖସି ଆସି ନିକଟରେ ଥିବା ଏକ ପାନ ଦୋକାନରୁ ତାଙ୍କ ବାପାଙ୍କୁ ଫୋନ କରିଥିଲା ।ବାପା ଆସି ଝିଅକୁ ନେଇ ଧଳାପଥର ଫାଣ୍ଡିକୁ ଯାଇଥିଲେ । ସେଠାରୁ ବେଗୁନିଆ ପୁଲିସ ତାଙ୍କୁ ଥାନାକୁ ଆଣି ବୟାନ ରେକର୍ଡ କରି ତାଙ୍କ ବାପାଙ୍କ ସାଙ୍ଗରେ ଛାଡି ଘଟଣାର ତଦନ୍ତ କରୁଛି ।

Hot this week

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

ଶୀତଦିନେ ଗରମ ପାଣିରେ ଗାଧୋଉଛନ୍ତି କି? ସାବଧାନ, ହେବ ବଡ ବିପଦ

ସମାଜ ଡିଜିଟାଲ ଡେସ୍କ: ଶୀତଦିନେ ଗରମ ପାଣିରେ ଗାଧୋଇବା ବହୁତ ଆରାମଦାୟକ...

ଚୀନ୍‌ ଗଣମାଧ୍ୟମର ଉଚ୍ଚ ପ୍ରଶଂସା

ବେଜିଂ : ରୁଷ୍‌ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଦୁଇ ଦିନିଆ ଭାରତ...

Related Articles

Popular Categories