ନୂଆବର୍ଷର ନିଆରା କଥା

ଆଜି ମଧ୍ୟରାତ୍ରରୁ ପୃଥିବୀ ପୃଷ୍ଠରେ ଇଂରାଜୀ ନୂଆବର୍ଷକୁ ସ୍ବାଗତ କରିବା ଲାଗି ଜୋର୍‌ଦାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ନୂଆବର୍ଷ ପାଳନର ଇତିହାସ ସମ୍ପର୍କରେ କିଛି ରୋଚକ ତଥ୍ୟ ଜାଣନ୍ତି କି? ଇତିହାସ ତଥା ବର୍ତ୍ତମାନର ତଥ୍ୟ ଅନୁସାରେ-

  • ପ୍ରଥମେ ପ୍ରାଚୀନ ମେସୋପଟାମିଆର ଏକ ସହର ବେବିଲୋନ୍‌ଠାରେ ନୂଆବର୍ଷ ପାଳନ ଆରମ୍ଭ ହୋଇଥିଲା। ସେତେବେଳେ ପୂରା ୧୧ଦିନ କାଳ ନୂଆବର୍ଷ ଉତ୍ସବ ପାଳନ କରାଯାଉଥିଲା।
  • ଜୁଲିଅନ୍‌ କ୍ୟାଲେଣ୍ଡର ଲାଗୁହେବା ପରେ ପ୍ରଥମ ଥର ଜାନୁଆରୀ ପହିଲାରେ ନୂଆବର୍ଷ ପାଳନ କରାଯାଇଥିଲା।
  • ଜାନୁଆରୀ ପହିଲାକୁ ଔପଚାରିକ ନୂଆବର୍ଷ ଭାବେ ରୋମାନ୍‌ ସିନେଟ୍‌ ଘୋଷଣା କରିଥିଲା।
  • ଇଂରାଜୀ ନୂଆବର୍ଷକୁ ଧୁମ୍‌ଧାମରେ ସ୍ବାଗତ କରିବା କ୍ଷେତ୍ରରେ ସିଡ୍‌ନୀ ସହ ଲାସ୍‌ଭେଗାସ, ଡିଜ୍‌ନୀ ୱାର୍ଲଡ ଓ ନ୍ୟୁୟର୍କ ସହର ପ୍ରସିଦ୍ଧ।
  • ଚୀନ୍‌ରେ ପ୍ରତିବର୍ଷ ନୂଆବର୍ଷ ପାଳନର ତାରିଖ ଭିନ୍ନ ଭିନ୍ନ ହୋଇଥାଏ। ୨୦୨୩ ମସିହାରେ ଏଠାରେ ଜାନୁଆରୀ ୨୨ତାରିଖ ଦିନ ନୂଆବର୍ଷ ପାଳନ କରାଯାଇଥିଲା।
  • ଭାରତର ବିଭିନ୍ନ ରାଜ୍ୟରେ ଏବଂ ଭିନ୍ନ ଭିନ୍ନ ସଂସ୍କୃତିରେ ବିଭିନ୍ନ ତିଥି ଓ ତାରିଖକୁ ନେଇ ନୂଆବର୍ଷ ପାଳନର ପରମ୍ପରା ରହିଛି। ଓଡ଼ିଶା ସମେତ କେତେକ ରାଜ୍ୟରେ ଏପ୍ରିଲ ୧୩ ବା ୧୪ତାରିଖରେ ନୂଆବର୍ଷ ପାଳନ କରିଥାନ୍ତି।
  • ନୂଆବର୍ଷ ପାଇଁ ବୁର୍ଜ ଖଲିଫାର ଆତସବାଜି ବିଶ୍ବର ପ୍ରମୁଖ ବ୍ୟୟବହୁଳ ଆତସବାଜି ଭାବେ ପରିଚିତ।

Comments are closed.