ନୂତନ ପ୍ରଜାତି ର ମାଛ ଚିହ୍ନଟ

ଗୋପାଳପୁର : ବଙ୍ଗୋପସାଗରରୁ ଏକ ନୂତନ ପ୍ରଜାତିର କୋଚିଆ ମାଛ ଆରିଅସୋମା ବେଙ୍ଗଲେନସ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ର ଦ୍ବାରା ଚିହ୍ନଟ କରାଯାଇଛି ବୋଲି ବୈଜ୍ଞାନିକ ଡଃ ଅନିଲ ମହାପାତ୍ର କହିଛନ୍ତି । ୨୦୧୯ ମସିହାରେ ପଶ୍ଚିମ ବଙ୍ଗସ୍ଥିତ ମାଛ ଧରା କେନ୍ଦ୍ରରୁ ଦୁଇ ମତ୍ସ୍ୟଜୀବୀଙ୍କ ଦ୍ଵାରା ଏହି ମାଛ ପ୍ରଥମେ ଠାବ କରାଯାଇଥିଲା। ଏହି ମାଛ କୁ ଡ଼ଃ. ଦିପାଞ୍ଜନ ରାୟ ସଂଗ୍ରହ କରିଥିଲେ। ଏହାର ପରୀକ୍ଷା ନିରୀକ୍ଷା କରିବା ପାଇଁ ଗୋପାଳପୁର ସ୍ଥିତ ଭାରତୀୟ ପ୍ରାଣୀ ସର୍ବେକ୍ଷଣ କେନ୍ଦ୍ରକୁ ଅଣାଯାଇଥିଲା। ଏଠାରେ କେନ୍ଦ୍ରର ଅଧିକାରୀ ବୈଜ୍ଞାନିକ ଡ଼ଃ ଅନିଲ ମହାପାତ୍ର, ଶ୍ରୀ ଶୁଭେନ୍ଦୁ ଶେଖର ମିଶ୍ର,ବଜକୁଳ ମିଲାନୀ ମହାବିଦ୍ୟାଳୟର ସହକାରୀ ପ୍ରଫେସର ଡ଼ଃ.ଦୀପାଞ୍ଜନ ରାୟ ଏବଂ ଗବେଶିକା ସ୍ମୃତି ରେଖା ଆଚାର୍ଯ୍ୟ ପରୀକ୍ଷା ନିରୀକ୍ଷା କରିଥିଲେ। ପରୀକ୍ଷା ନିରୀକ୍ଷା କରିବା ପରେ ଏହା ନୂତନ ପ୍ରଜାତିର ମାଛ ବୋଲି ଜଣାପଡିଥିଲା । ଏହି ପ୍ରଜାତିର ମାଛ ମୁଖ୍ୟତଃ ବଙ୍ଗୋପସାଗରରେ ରହୁଥିବାରୁ ଏହାର ନାମ କରଣ ଆରିଅସୋମା ବେଙ୍ଗଲେନସ ବୋଲି ବୈଜ୍ଞାନିକ ମାନେ ନାମ ରଖିଛନ୍ତି । ଏହି ପ୍ରଜାତି ମାଛର ଶରୀରର ମେରୁଦଣ୍ଡ ରହିବା ସହ ୧୪୬ ରୁ୧୪୯ ଖଣ୍ଡ ହାଡ଼ ରହିଛି। ଲମ୍ବା ପ୍ରାୟ ୨୧୬ ରୁ ୩୦୪ ମିଲିମିଟର। ଏହାର ରଙ୍ଗ ଧୂସର ରଙ୍ଗ,ଆଖି ବହୁତ ବଡ ଓ କଳା। ଏହାର ଦାନ୍ତ ଛୋଟ ମୁନିଆ ଅଟେ।ଏହାର ଦେହ ଚିକ୍କଣ। ଲାଞ୍ଜ ଭାଗ ମୁନିଆ। ଏ ସଂପର୍କରେ ଖ୍ୟାତି ସଂପନ୍ନ ଆନ୍ତର୍ଜାତୀୟ ପତ୍ରିକା ଜୁ ଟାସ୍କା ରେ ପ୍ରକାଶିତ ହୋଇଛି ।
kalyan agarbati

Comments are closed.