www.samajalive.in
Saturday, December 6, 2025
15.1 C
Bhubaneswar

ରାଉରକେଲାରେ କୋଭିଡ ସଂକ୍ରମଣକୁ ପ୍ରତିହତ କରିବା ଲାଗି ପ୍ରଶାସନର ରଣନୀତି

ରାଉରକେଲା : କୋଭିଡ ସଂକ୍ରମଣକୁ ଆହୁରି ଅଧିକ ପ୍ରଭାବୀ ଢଙ୍ଗରେ ପ୍ରତିହତ କରିବା ଲାଗି ରାଉରକେଲା ମହାନଗର ନିଗମ ଓ ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନ ଅଣ୍ଟା ଭିଡ଼ିଛି। ସହରରେ କୋଭିଡ ଟେଷ୍ଟିଂ ସଂଖ୍ୟା ବଢାଇବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। UGIE ହଷ୍ଟେଲ, ବାଗୁଡି ବସ୍ତି ନିକଟରେ ଥିବା କୋଭିଡ ପଞ୍ଜିକରଣ କେନ୍ଦ୍ର, ସେକ୍ଟର-୬ ଅଂଚଳରେ ଥିବା ହକି ଷ୍ଟାଡିୟମରେ ପ୍ରଥମ ପର୍ଯ୍ୟାୟରେ ଆସନ୍ତା ୧୨, ୧୩, ୧୪ ତାରିଖ ଦିନ ଟେଷ୍ଟିଂ କରାଯିବ। ଦିନ ୧୦ ଟା ରୁ ସନ୍ଧ୍ୟା ୫ ଟା ପର୍ଯ୍ୟନ୍ତ ଏହି ଟେଷ୍ଟିଂ ଚାଲୁ ରହିବ। ଯେ କୌଣସି ବ୍ୟକ୍ତି ଯଦି ନିଜର କୋଭିଡ ପରୀକ୍ଷା କରାଇବାକୁ ଚାହୁଁଛନ୍ତି, ତେବେ ସେମାନେ ଉପରୋକ୍ତ କେନ୍ଦ୍ର ମାନଙ୍କରେ ପରୀକ୍ଷା କରାଇପାରିବେ। ଏତଦବ୍ୟତୀତ ଆରଜିଏଚ୍ ରେ ରବିବାର ବ୍ୟତୀତ ଅନ୍ୟ ସବୁ ଦିନମାନଙ୍କରେ ଟେଷ୍ଟିଂ ଜାରି ରହିବ। ପରବର୍ତ୍ତୀ ସମୟରେ ଅନ୍ୟ କେଉଁ ସ୍ଥାନରେ ଟେଷ୍ଟିଂ କରାଯିବ, ସେ ନେଇ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସୂଚିତ କରାଯିବ ବୋଲି ଜଣାପଡିଛି।

ଆଗାମୀ ଦିନରେ ସହରର ବେସରକାରୀ ଡାକ୍ତରଖାନା ମାନଙ୍କରେ ମଧ୍ୟ ଟେଷ୍ଟିଂ କରାଯିବ ବୋଲି ଜଣାପଡିଛି। ସୋମବାର ଏନେଇ ଏକ ବୈଠକ ପଶ୍ଚିମାଞ୍ଚଳ ରାଜସ୍ବ ଆୟୁକ୍ତ ନିରଞ୍ଜନ ସାହୁଙ୍କ ଅଧ୍ୟକ୍ଷତାରେ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ରାଜସ୍ବ ଆୟୁକ୍ତ ଶ୍ରୀ ସାହୁ କୋଭିଡ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଥିଲେ। ସୁନ୍ଦରଗଡ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ ସବିଶେଷ ତଥ୍ୟ ଓ ବିବରଣୀ ବୈଠକରେ ଉପସ୍ଥାପିତ କରିଥିଲେ ତଥା ଆଗାମୀ ଦିନରେ ଟେଷ୍ଟିଂ ବଢ଼ାଇବା ଲାଗି ହୋଇଥିବା ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ରାଉରକେଲା ମହାନଗର ନିଗମର କମିଶନର ଦିବ୍ୟଜ୍ୟୋତି ପରିଡା କୋଭିଡ ପରିଚାଳନା କ୍ଷେତ୍ରରେ ନିଗମର ବହୁବିଦ୍ଧ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇଥିଲେ। କଣ୍ଟାକ୍ଟ ଟ୍ରେସିଂ, କାଉନସେଲିଂ, ସାନିଟାଇଜେସନ, ପଜିଟିଭ ରୋଗୀଙ୍କ ସ୍ୱାସ୍ଥ୍ୟ ଅବସ୍ଥାର ତଦାରଖ, ବିଭିନ୍ନ ଭିତ୍ତିଭୂମି ପ୍ରସ୍ତୁତି ଆଦି ଦିଗରେ ମହାନଗର ନିଗମ କର୍ମଚାରୀ ମାନେ ଦିନରାତି କାମରେ ଲାଗିଥିବା ସେ ପ୍ରକାଶ କରିଥିଲେ। ସେହିପରି ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଆବୋଲି ସୁନିଲ ନରୱଣେ ଉପସ୍ଥିତ ରହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories