www.samajalive.in
Sunday, December 14, 2025
23.1 C
Bhubaneswar

ଖଟକର କଲନ୍‌ରେ ମାନ୍‌ଙ୍କ ଶପଥ ଗ୍ରହଣ ଉତ୍ସବ

ଚଣ୍ଡିଗଡ : ମହାନ କ୍ରାନ୍ତୀକାରୀ ଭଗତ ସିଂହଙ୍କ ଜନ୍ମସ୍ଥାନ ଖଟକର କଲନ୍‌ଠାରେ ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ସିଂହ ମାନ୍‌ ଶପଥ ଗ୍ରହଣ କରିବେ। ପ୍ରଥମ ଥର ପାଇଁ ଆମ୍‌ ଆଦ୍‌ମୀ ପାର୍ଟି ଏଠାରେ କ୍ଷମତାକୁ ଫେରିବା ପରେ ଦଳର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍‌ ଏହା ଘୋଷଣା କରିଛନ୍ତି। ଶପଥ ଗ୍ରହଣ ଦିନ ଓ ତାରିଖ ସଂପର୍କରେ ଖୁବ ଶୀଘ୍ର ଘୋଷଣା କରାଯିବ।

ପଞ୍ଜାବ ବିଧାନସଭା ନିର୍ବାଚନ ପ୍ରଚାର ସମୟରେ ସହିଦ ଭଗତ ସିଂହଙ୍କୁ ଗୁରୁତ୍ବ ଦେଇ ଆସିଥିବା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ସିଂହ ମାନ୍‌ଙ୍କ ମନ୍ତ୍ରିମଣ୍ଡଳ ରାଜଭବନ କିମ୍ବା ରାଜଧାନୀ ପରିବର୍ତ୍ତେ ଭଗତ ସିଂହଙ୍କ ପୈତୃକ ଗ୍ରାମରେ ଶପଥ ଗ୍ରହଣ କରିବେ ବୋଲି ସେ କହିଛନ୍ତି । ଗୁରୁବାର ନିର୍ବାଚନ ଫଳାଫଳ ପ୍ରକାଶ ପରେ ମାନ୍‌ ଦଳର କର୍ମୀଙ୍କୁ ବିଜୟ ଅଭିଭାଷଣ ପ୍ରଦାନ କରିବା ସମୟରେ ଏହି ସୂଚନା ଦେଇଛନ୍ତି । ଭଗତ ସିଂହଙ୍କ ଜନ୍ମସ୍ଥାନ ନୱନସର ଜିଲା ଅନ୍ତର୍ଗତ ଖଟକର କଲନ୍‌ଠାରେ ଶପଥ ଗ୍ରହଣ ଉତ୍ସବ ହେବ ବୋଲି ସେ ଘୋଷଣା କରିଛନ୍ତି। ଏଥିସହିତ ସେ ଶପଥ ଗ୍ରହଣ କରିବା ପରେ ରାଜ୍ୟର କୌଣସି ସରକାରୀ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ସ୍ଥାନ ପାଇବ ନାହିଁ; ଏହା ପରିବର୍ତ୍ତେ କେବଳ ଭଗତ ସିଂହ ଓ ବାବା ସାହେବ ଆମ୍ବେଦକରଙ୍କ ଫଟୋ ଶୋଭା ପାଇବ ବୋଲି ମାନ୍‌ ଘୋଷଣା କରିଛନ୍ତି। ଆପ୍‌ ସରକାର ସାଧାରଣ ନାଗରିକଙ୍କର ସରକାର ହେବ ବୋଲି ସେ କହିଛନ୍ତି।

- Advertisement -

ସଂକ୍ଷେପରେ ଭଗୱନ୍ତ ମାନ୍‌ :

ପଞ୍ଜାବ ବିଧାନସଭା ନିର୍ବାଚନରେ ଐତିହାସିକ ବିଜୟ ପରେ ଭଗୱନ୍ତ ମାନ୍‌ଙ୍କୁ ନେଇ ଚର୍ଚ୍ଚା ଜୋର ଧରିଛି। ସେ ୨୦୧୭ରେ ବିଧାୟକ ଭାବେ ରାଜ୍ୟ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ଏବେ ୨ୟ ଥରରେ ସିଧାସଳଖ ମୁଖ୍ୟମନ୍ତ୍ରୀ ହେବାକୁ ଯାଉଛନ୍ତି। ଜଣେ ହାସ୍ୟ ଅଭିନେତା ଭାବେ ସେ ମଧ୍ୟ ବେଶ ପରିଚିତ।

ଏବେ ତାଙ୍କର ଏକ ପୁରୁଣା ଭିଡିଓ ଏବେ ବହୁଳ ପ୍ରସାର ହେଉଛି । ପଞ୍ଜାବ ଟେଲିଭିଜନ୍‌ରେ ପ୍ରସାରିତ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ‘ଜୋକ୍‌ ସଭା’ରେ ମାନ୍‌ ଜଣେ ଛାତ୍ର ଭୂମିକାରେ ଅଭିନୟ କଲାବେଳେ ବିଧାୟକ ଭାବେ ନିର୍ବାଚିତ ହେବାର ଅଭିପ୍ରାୟ ବର୍ଣ୍ଣନା କରୁଛନ୍ତି । ଏଥିସହିତ ସେ ମନ୍ତ୍ରୀ ହେବାର ଲକ୍ଷ୍ୟ ରଖିଥିବା ମଧ୍ୟ କହୁଛନ୍ତି। ‘ମୁଁ ଅଧିକ ପାଠ ପଢ଼ିଲେ କେବଳ ଜଣେ ଅଫିସର ହୋଇପାରିବି; କିନ୍ତୁ ପାଠ ନ ପଢ଼ିଲେ ମଧ୍ୟ ବିଧାୟକ ବା ମନ୍ତ୍ରୀ ହେବି।’ ବିଧିର ବିଧାନ ବଡ଼ ବିଚିତ୍ର ଯେ ଏହି ଅଭିନୟ ଏବେ ସତ୍ୟରେ ପରିଣତ ହୋଇଛି।

୨୦୦୬ରେ ବର୍ତ୍ତମାନର ପ୍ରଦେଶ କଂଗ୍ରେସ ସଭାପତି ନବଜୋତ୍‌ ସିଂହ ସିଧୁଙ୍କ ଦ୍ବାରା ସଞ୍ଚାଳିତ ହାସ୍ୟରସାତ୍ମକ କାର୍ଯ୍ୟକ୍ରମ ‘ଦି ଗ୍ରେଟ୍‌ ଇଣ୍ଡିଆନ୍‌ ଲାଫ୍ଟର ଚାଲେଞ୍ଜ’ ରେ ମାନ୍‌ ଜଣେ ପ୍ରତିଯୋଗୀ ଭାବେ ଅଂଶଗ୍ରହଣ କରିଥିଲେ । ସେ ହାସ୍ୟରସ ପରିବେଷଣ କରୁଥିବାବେଳେ ବିଚାରପତି ଆସନରେ ବସିଥିବା ସିଧୁ ହସି ହସି ବେଦମ୍‌ ହୋଇପଡ଼ିଥିଲେ। ରାଜନୀତିର ଅର୍ଥ ଓ କେମିତି ଶାସନ କରିହେବ ତାହା ବତାଇବାକୁ ଯାଇ ମାନ୍‌ ସେତେବେଳେ କହିଥିଲେ, ‘ଅତି ନିକଟରୁ ବିଭିନ୍ନ ପ୍ରସଙ୍ଗକୁ ନିରୀକ୍ଷଣ କରିବା; କିନ୍ତୁ ନିମିଷକ ମଧ୍ୟରେ ଭୁଲିଯିବା’। ଏହି ପ୍ରିିଯୋଗିତାରେ ମାନ୍‌ ବିଜୟୀ ହୋଇଥିଲେ। ଏବେ ବାସ୍ତବ ରାଜନୀତିରେ ସେ ବିଜୟ ହାସଲ କରିବା ସହ ଏଭଳି ପ୍ରଶ୍ନର ଜବାବ ଦେବାକୁ ପ୍ରତ୍ୟକ୍ଷ ଭାବେ ଆସିଛନ୍ତି । ମଜାର ବିଷୟ ହେଉଛି ବିଚାରପତି ସିଧୁ ଏହି ନିର୍ବାଚନରେ ଦୟନୀୟ ଭାବେ ହାରି ଯାଇଛନ୍ତି।

Hot this week

ମୋକିମଙ୍କ ଚିଠି : ଭକ୍ତଙ୍କ ଉତ୍ତର

ସମାଜ ଲାଇଭ ଡ଼େସ୍କ : ସୋନିଆ ଗାନ୍ଧୀଙ୍କୁ କଂଗ୍ରେସ ନେତା ମହମ୍ମଦ...

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

Related Articles

Popular Categories