www.samajalive.in
Friday, December 12, 2025
15.1 C
Bhubaneswar

ନୂଆ ଶିକ୍ଷାନୀତି ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ – ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଅଣାଯାଇଥିବା ସଂସ୍କାର ଓ ଉନ୍ନତି ବିଷୟରେ ଉଦବୋଧନ ଦେଇ କହିଛନ୍ତି, ନୂଆ ଶିକ୍ଷାନୀତି ବିଶ୍ୱ ଚ୍ୟାଲେଞ୍ଜର ମୁକାବିଲା ପାଇଁ ଭାରତୀୟ ଛାତ୍ରଛାତ୍ରୀଙ୍କୁ ପ୍ରସ୍ତୁତ କରିବ। ମହୀଶୂର ବିଶ୍ୱବିଦ୍ୟାଳୟର ଶତବାର୍ଷିକୀ ସମାବର୍ତ୍ତନ ଉତ୍ସବରେ ଭିଡ଼ିଓ କନ୍‍ଫରେନ୍‍ସିଂ ମାଧ୍ୟମରେ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି, ଶିକ୍ଷା ମୌଳିକ ଢ଼ାଞ୍ଚାରେ ଅଣାଯାଇଥିବା ବିକାଶ ଓ ଶିକ୍ଷାକ୍ଷେତ୍ରରେ ଢ଼ାଞ୍ଚାଗତ ସଂସ୍କାର ଯୋଗୁଁ ଦେଶରେ ଗତ ୬ ବର୍ଷ ଭିତରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ସ୍ୱଚ୍ଛତା ଓ ସ୍ୱାୟତ୍ତତା ଅଣାଯାଇ ପାରିଛି। ସଂପ୍ରତି ଲାଗୁ କରାଯାଇଥିବା ନୂଆ ଶିକ୍ଷାନୀତି ଭାରତୀୟ ଯୁବ ଛାତ୍ରଛାତ୍ରୀଙ୍କୁ ସେମାନଙ୍କର ଦକ୍ଷତା ମୁତାବକ ନିଯୁକ୍ତି ପାଇବାରେ ସାହାଯ୍ୟ କରିବ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଗତ ୬ ବର୍ଷ ଭିତରେ ୬ଟି ନୂଆ ଆଇଆଇଟି, ୧୬ଟି ନୂଆ ଆଇଆଇଆଇଟି, ୭ଟି ନୂଆ ଆଇଆଇଏମ ଓ ୭ଟି ନୂଆ ଏମ୍ସକୁ ମଂଜୁରୀ ପ୍ରଦାନ କରାଯାଇଛି। ଏହା ଦେଶର ଯୁବ ଛାତ୍ରଛାତ୍ରୀମାନଙ୍କ ପାଇଁ ଅଧିକ ସୁଯୋଗ ଆଣିଦେବ। ସେ କହିଛନ୍ତି ପ୍ରଶାସନିକ ସଂସ୍କାର ଏବଂ ବାଳକବାଳିକା ସମାନତା ଓ ସାମାଜିକ ଅଂଶଗ୍ରହଣକୁ ଉତ୍ସାହିତ କରାଯିବା ଦ୍ୱାରା ଏହିସବୁ ଶିକ୍ଷାନୁଷ୍ଠାନଗୁଡ଼ିକରୁ ଉତ୍କୃଷ୍ଟ ବିଦ୍ୟାର୍ଥୀମାନେ ବାହାରିବେ। ଉଚ୍ଚ ଶିକ୍ଷାନୁଷ୍ଠାନରେ ବାଳିକାମାନଙ୍କର ଅଂଶଗ୍ରହଣ ସଂକ୍ରାନ୍ତରେ ମହୀଶୂରର ତତ୍କାଳୀନ ଶାସକ ନଲବାଦୀ କ୍ରିଷ୍ଣାରାଜ ୱାଦେୟର୍‍ଙ୍କ ବକ୍ତବ୍ୟକୁ ଉଦ୍ଧାର କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜିର ଦିନରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକରେ ବାଳିକାମାନେ ଅଧିକ ସଂଖ୍ୟାରେ ନାମ ଲେଖାଉଛନ୍ତି ଓ ଏହା ଏବେ ୮ ପ୍ରତିଶତରୁ ବୃଦ୍ଧି ପାଇ ୨୦ ପ୍ରତିଶତରେ ପହଂଚିଛି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories