www.samajalive.in
Monday, December 15, 2025
26.1 C
Bhubaneswar

କମ୍ ଦାମରେ ଏହି ଇଲେକ୍ଟ୍ରିକ୍ କାର୍ ଦେଉଛି ଅନେକ ଫିଚର୍, ଜାଣନ୍ତୁ…

ଭୁବନେଶ୍ବର : କମ୍ ଦାମରେ ଅନେକ ଫିଚର୍ ପାଇଁ ଖୁବ୍ କମ୍ ସମୟରେ ଲୋକପ୍ରିୟ ହୋଇପାରିଛି ଏମଜି୪ ଇଲେକ୍ଟ୍ରିକ୍ କାର୍ । ଏହା ଚୀନ୍, ୟୁରୋପ, ଅଷ୍ଟ୍ରେଲିଆ ଓ ଅନେକ ଦେଶରେ ଉପଲବ୍ଧ ହୋଇଛି । ପ୍ରଥମ ଜେନେରେସନର ଏମଜି୪ ଇଭର ଲଞ୍ଚର ପ୍ରାୟ ୩ ବର୍ଷ ପରେ ଦ୍ବିତୀୟ ଜେନେରେସନ ମଡେଲ ଚୀନରେ ଅଟୋ ଶୋରେ ଲଞ୍ଚ୍ କରାଯାଇଛି । ଏହା ସମୁଦାୟ ୫ ଭାରିଆଣ୍ଟ ସହିତ ବଜାରକୁ ଆସୁଛି । ଏହାର ପ୍ରାରମ୍ଭିକ ଦାମ୍ ମାତ୍ର ସାଢେ ୮ ଲକ୍ଷ ଟଙ୍କା ଥିବାବେଳେ ଏଥିରେ ଅନେକ ଫିଚର୍ ଦେଉଛି କମ୍ପାନୀ ।

ନୂଆ ଜେନେରେସନର ଏମଜି୪ ଇଭି ପୂର୍ବ ଅପେକ୍ଷା ସାମାନ୍ୟ ବଡ ନଜର ଆସୁଛି । ଏବେ ଏହା ୪୩୯୫ ଏମଏମ ଲମ୍ବ, ୧୮୪୨ ଏମଏମ ପ୍ରସ୍ଥ, ୧୫୫୧ ଏମଏମ ଉଚ୍ଚ ଏବଂ ଏହାର ହ୍ବିଲବେସ୍ ୨୭୫୦ ଏମଏମ୍ ରହିଛି । ଏଥିରେ ଏଲଇଡି ଷ୍ଟ୍ରିପ୍ ସହିତ ଏଲଇଡି ଟେଲ୍ ଲାଇଟ୍ସ, ରୁଫ୍ ସ୍ପଏଲର ଆଦି ନଜର ଆସୁଛି ।

- Advertisement -

ଏଥିରେ ୭୦ କିଲୋଓ୍ବାଟ ବ୍ୟାଟେରୀ ରହିପାରେ ଯାହା ୫୩୭ କିଲୋମିଟର ରେଞ୍ଜ୍ ପ୍ରଦାନ କରିବ । ଏହା ପ୍ରାୟ ୨୦ ମିନିଟରେ ୩୦ରୁ ୮୦ ପ୍ରତିଶତ ପର୍ଯ୍ଯନ୍ତ ଚାର୍ଜ ହୋଇପାରେ । ଗାଡିରେ ୧୫.୬ ଇଞ୍ଚର ଟଚସ୍କ୍ରିନ୍ ଇନଫୋଟେଣ୍ଟମେଣ୍ଟ ଏବଂ ୨୦.୨୫ ଇଞ୍ଚର ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ ଡିସପ୍ଲେ ସାମିଲ । କାରର୍ ୩୬୦ ଡିଗ୍ରୀ କ୍ୟାମେରା ପ୍ରଦାନ କରିବ କମ୍ପାନୀ । ଏଥିରେ ସମୁଦାୟ ୧୨ଟି ସେନ୍ସର ମିଳିବ ।

Hot this week

ମୋକିମଙ୍କୁ ବହିଷ୍କାର ଘଟଣାକୁ ନେଇ ମୁହଁ ଖୋଲିଛନ୍ତି : ନିରଞ୍ଜନ

ସମାଜ ଡିଜିଟାଲ ଡେସ୍କ: ବରିଷ୍ଠ ନେତା ମହମ୍ମଦ ମୋକିମଙ୍କୁ କଂଗ୍ରେସ ପ୍ରାଥମିକ...

୪୮ ଘଣ୍ଟାରେ ୨୦୧ କିମି ଚାଲି ରେକର୍ଡ କଲେ ଓଡ଼ିଆ ପୁଅ ସୁମିତ

ସମାଜଲାଇଭ ଡେସ୍କ: ଦୃଢ଼ ସଙ୍କଳ୍ପ ଏବଂ ଇଚ୍ଛାଶକ୍ତି ମଣିଷକୁ ସଫଳତାର ମାର୍ଗ...

ଦାୟିତ୍ଵ ନେଲେ ନିତିନ

ସମାଜଲାଇଭ ଡେସ୍କ: ବିଜେପିର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ସୋମବାର ଦାୟିତ୍ଵ...

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

Related Articles

Popular Categories