www.samajalive.in
Thursday, December 11, 2025
16.1 C
Bhubaneswar

ଦୁର୍ଗମ ଅଞ୍ଚଳରେ ପହଞ୍ଚିଲେ ସିଡିଓ, ଗ୍ରାଉଣ୍ଡ ଜିରୋରୁ ସମସ୍ୟା ବୁଝିଲେ

ରାୟଗଡ଼ା : ରାୟଗଡ଼ା ଜିଲା ମୁନିଗୁଡା ବ୍ଲକର ଦୁର୍ଗମ ଓ ଅପହଞ୍ଚ ଇଲାକାରେ ପହଞ୍ଚିଲେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅକ୍ଷୟ କୁମାର ଖେମୁଣ୍ଡୁ। ଗ୍ରାଉଣ୍ଡ ଜିରୋରୁ ଆଦିବାସୀଙ୍କ ସମସ୍ୟା ବୁଝିବା ସହ ସମାଧାନର ପ୍ରତିଶ୍ରୁତି ଦେଇଛନ୍ତି। ଛୁଟି ଦିନରେ ପ୍ରତିକୂଳ ପାଗ ସତ୍ତ୍ୱେ ଅତ୍ୟନ୍ତ ଦୁର୍ଗମ ଅଞ୍ଚଳକୁ ଗସ୍ତକରି ଚର୍ଚ୍ଚାକୁ ଆସିଛନ୍ତି ରାୟଗଡ଼ା ସିଡିଓ।

ମୁନିଗୁଡା ବ୍ଲକର ମୁନିଖୋଲ ପଞ୍ଚାୟତର ବଡ଼ ଡେଙ୍ଗୁଣି ଗ୍ରାମ ଅଭିମୁଖେ ବାହାରିଥିଲେ ସିଡିଓ। ହେଲେ ଦୁର୍ଗମ ଅଞ୍ଚଳ ହୋଇଥିବାରୁ ଅଧା ରାସ୍ତାରେ ସରକାରୀ ଗାଡ଼ି ଛାଡ଼ି ମୋଟର ସାଇକଲରେ ଯାଇଥିଲେ। ବାଇକ୍ ମଧ୍ୟ ଗାଁକୁ ଯାଇପାରିନଥିଲା। ଶେଷରେ ଚାଲି ଚାଲି ବଡ଼ ଡେଙ୍ଗୁଣି, ସାନ ଡେଙ୍ଗୁଣି ଓ ଶକଟା ଗ୍ରାମରେ ପହଞ୍ଚି ସେଠିକାର ସ୍ଥିତି ପରଖିଥିଲେ। ବିଶେଷ ଭାବେ ସରକାରଙ୍କ ଦ୍ଵାରା ଦିଆଯାଉଥିବା ସମସ୍ତ ସୁବିଧା ସୁଯୋଗ ପିଭିଟିଜି ଲୋକଙ୍କ ପାଖରେ ପହଞ୍ଚୁଛି କି ନାହିଁ ତାହା ଗ୍ରାଉଣ୍ଡ ଜିରୋରୁ ଅନୁଧ୍ୟାନ କରିଥିଲେ। ବର୍ଷାଦିନ ପାଇଁ ରାସ୍ତା ଏକ ପ୍ରମୁଖ ଅସୁବିଧା ହେଉଥିବାରୁ ପିଏମ ଜନମନ ଯୋଜନାରେ ତିଆରି ହେଉଥିବା ଘର କାମ ଆଗେଇ ପାରିନାହିଁ। ହିତାଧିକାରୀମାନେ କିଭଳି ଠିକ ସମୟରେ ଘର କାମ ଶେଷ କରିବେ ସେ ନେଇ ସମସ୍ତ ଅନୁସଙ୍ଗିକ ସୁବିଧା ପ୍ରଦାନ କରିବାକୁ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି।

- Advertisement -

ମନରେଗା ଯୋଜନାରେ ପିଭିଟିଜି ହିତାଧିକାରୀମାନେ ଛେଳି, ଘୁଷୁରି, କୁକୁଡା ପାଳନ କରି କିପରି ନିଜେ ନିଜେ ସ୍ଵାବଲମ୍ବୀ ହୋଇ ପାରିବେ ସେ ନେଇ ଗୁରୁତ୍ବାରୋପ କରିଥିଲେ। ଏହା ପୂର୍ବରୁ ମୁନିଖୋଲ ପଞ୍ଚାୟତ କାର୍ଯ୍ୟାଳୟରେ ସରପଞ୍ଚ, ପିଇଓ, ଜିଆରଏସ ଏବଂ ପିଏମ ଜନମନ ହିତାଧିକାରୀଙ୍କ କାର୍ଯ୍ୟ କରୁଥିବା ସମସ୍ତ ମିସ୍ତ୍ରୀ, ପଞ୍ଚାୟତ ପ୍ରତିନିଧିଙ୍କ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ଆସନ୍ତା ସେପ୍ଟେମ୍ବର ୩୦ ସୁଦ୍ଧା ପିଏମ ଜନମନ ଘର କାର୍ଯ୍ୟ ଶେଷ କରିବା ନେଇ ରୋଡ଼ ମ୍ୟାପ ପ୍ରସ୍ତୁତ କରିଥିଲେ। ମୁଖ୍ୟ ଉନ୍ନୟନ ଅଧିକାରୀଙ୍କ ସହ ସ୍ଥାନୀୟ ସରପଞ୍ଚ ପାଇକ ଜାକୋକା, ଏପିଡ଼ି ପ୍ରଭାତ କୁମାର ଲେଙ୍କା, ପିଇଓ ଦିନେଶ କୁମାର ଶବର, ଜିଆରଏସ ଅଜିତ ନାଗ ପ୍ରମୁଖ ଗସ୍ତ କରିଥିଲେ। ଫେରିବା ପୂର୍ବରୁ ବ୍ଲକ କାର୍ଯ୍ୟIଳୟରେ ଏକ ସମୀକ୍ଷା ବୈଠକ କରି ଲୋକଙ୍କ ମୌଳିକ ସମସ୍ୟାକୁ ସମାଧାନ କରିବାକୁ ବିଡ଼ିଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories