www.samajalive.in
Tuesday, December 9, 2025
26.1 C
Bhubaneswar

ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପୁର୍ନଗଠିତ:  ନନ୍ଦ କିଶୋର ସଭାପତି, କମଳାକାନ୍ତ ସମ୍ପାଦକ

ପାଟଣା : ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ଅନୁବନ୍ଧିତ ପାଟଣା ବ୍ଲକ ପ୍ରାଥମିକ ଶିକ୍ଷକ ସଂଘର ଏକ ସାମ୍ବିଧାନିକ ବୈଠକ ଓ ନୂତନ କର୍ମକର୍ତ୍ତା ନିର୍ବାଚନ ବିଜନ କୁମାର ପରିଡ଼ାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ପର୍ଯ୍ୟବେକ୍ଷକ ଭାବେ ଜିଲା ପ୍ରାଥମିକ ଶିକ୍ଷକ ସଂଘ ସମ୍ପାଦକ ମୁକୁନ୍ଦ ଚରଣ ସାହୁ ,ଉପଦେଷ୍ଟା ତଥା ପୂର୍ବତନ ସଭାପତି ଅବସରପ୍ରାପ୍ତ ଶିକ୍ଷକ କୈଳାସ ଚନ୍ଦ୍ର ବାରିକ ପ୍ରମୁଖ ଯୋଗ ଦେଇ ସାଂଗଠନିକ ଆଲୋଚନା କରିବା ପରେ ସର୍ଵସମ୍ମତି ଭାବେ ପାଟଣା ପ୍ରାଥମିକ ଶିକ୍ଷକ ସଂଘର ନୂତନ କର୍ମକର୍ତ୍ତା ଚୟନ କରାଯାଇଥିଲା। ନୂତନ ସଭାପତି ଭାବେ ନବକିଶୋର ନାଏକ,ଉପସଭାପତି ଭାବେ କୃପାସିନ୍ଧୁ ସାହୁ ଓ ତିଳୋତ୍ତମା ବେହେରା, ସାଧାରଣ ସମ୍ପାଦକ ଭାବେ କମଳାକାନ୍ତ ପତି, ଯୁଗ୍ମ ସମ୍ପାଦକ ଭାବେ ରମେଶ ଚନ୍ଦ୍ର ନାୟକ, ଶରତ ଚନ୍ଦ୍ର ମହାପାତ୍ର ଓ ସୁନୀଲ କୁମାର ମହାନ୍ତ, ବ୍ଲକ ସଂଯୋଜକ ଭାବେ ଗଜେନ୍ଦ୍ର କୁମାର ସାହୁ, କୋଷାଧ୍ୟକ୍ଷ ଭାବେ ବିଭୀଷଣ ଦଳଦସିଆ ମନୋନୀତ ହୋଇଛନ୍ତି। ବୈଠକରେ ରମାକାନ୍ତ ମହାନ୍ତ, ପ୍ରମୋଦ କୁମାର ମହାନ୍ତ, ଜ୍ୟୋତିର୍ମୟ ତ୍ରିପାଠୀ, ବିରମୋହନ ଦ୍ବିବେଦୀ, ପ୍ରଫୁଲ୍ଲ ଚନ୍ଦ୍ର ନାଏକ, ହୀରାଲାଲ ଦଣ୍ଡପାଟ ଓ ରାଜେନ୍ଦ୍ର କୁମାର ନାଏକ ପ୍ରମୁଖ ସଂଘର କାର୍ଯ୍ୟ ଧାରା ସମ୍ପର୍କରେ ନିଜ ନିଜର ମତ ରଖିଥିଲେ।

Hot this week

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

Related Articles

Popular Categories