www.samajalive.in
Wednesday, December 10, 2025
26.1 C
Bhubaneswar

ଲୋକ ସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌ ୨୦୨୫

ସମାଜ ଡିଜିଟାଲ ଡେସ୍କ: ଲୋକସଭାରେ ପାରିତ ହୋଇଛି ନୂଆ ଆୟକର ବିଲ-୨୦୨୫। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା। ନୂତନ ଆୟକର ବିଲ-୨୦୨୫ ପ୍ରଥମେ ଗତ ଫେବୃୟାରୀ ୧୩ ତାରିଖରେ ଲୋକସଭାରେ ଉପସ୍ଥାପନ କରାଯାଇଥିଲା। କିନ୍ତୁ ଗତ ଶୁକ୍ରବାର ଅର୍ଥମନ୍ତ୍ରୀ ତାହାକୁ ପ୍ରତ୍ୟାହାର କରିନେଇଥିଲେ।

ବର୍ତ୍ତମାନ ପ୍ରଚଳିତ ଆୟକର ଆଇନ ୧୯୬୧କୁ ହଟାଇ ନୂଆ ଆଇନ ଆଣିବା ଲାଗି କେନ୍ଦ୍ର ସରକାର ନୂତନ ଆୟକର ବିଲ-୨୦୨୫ ଆଣିଥିଲେ। ଦେଶର ଟିକସ ବ୍ୟବସ୍ଥାକୁ ଅପଡେଟ ଏବଂ ସରଳୀକରଣ କରିବା ଲାଗି ସରକାର ଏହି ପଦକ୍ଷେପ ନେଇଛନ୍ତି। କିନ୍ତୁ ଏଥିରେ ଅନେକ ପରିବର୍ତ୍ତନ ଦରକାର ଥିବାରୁ ସେଥିଲାଗି ଏକ ସଂସଦୀୟ ଚୟନ କମିଟି ସାଂସଦ ବୈଜୟନ୍ତ ପଣ୍ଡାଙ୍କ ନେତୃତ୍ଵରେ ଗଠନ କରାଯାଇଥିଲା। କମିଟିର ସୁପାରିସ କ୍ରମେ ବିଲ୍‌ରେ ଅନେକ ପରିବର୍ତ୍ତନ କରାଯାଇଛି। ୩୧ ସଦସ୍ୟ ବିଶିଷ୍ଟ କମିଟି ପକ୍ଷରୁ ୪୫୭୫ ପୃଷ୍ଠାର ରିପୋର୍ଟ ଗତ ମାସରେ ପ୍ରଦାନ କରାଯାଇଥିଲା। ଏଥିରେ ୩୨ଟି ବଡ଼ ପରିବର୍ତ୍ତନ ଏବଂ ଅନେକ ଛୋଟ ପରିବର୍ତ୍ତନ କରାଯାଇଛି।

Hot this week

ଦିଲ୍ଲୀର ଅନେକ ସ୍କୁଲକୁ ବୋମା ଧମକ; ପିଲାଙ୍କୁ ଛୁଟି କରି ତନାଘନା ଜାରି

ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଦିଲ୍ଲୀର ଅନେକ ସ୍କୁଲକୁ ପୁଣି ଥରେ...

ସୁନ୍ଦର ଦେଶରେ ପୁରୁଷ ଅଭାବ: ମହିଳାମାନେ ଘଣ୍ଟା ପ୍ରତି ଭଡାରେ ନେଉଛନ୍ତି ସ୍ୱାମୀ

ରିଗା: ଭଡାରେ ମିଳୁଛନ୍ତି ପୁରୁଷ । ଟଙ୍କା ଦେଇ ୱେବସାଇଟରେ ପ୍ରଥମେ...

ଗୋଆ ଅଗ୍ନିକାଣ୍ଡ ଘଟଣାରେ ନାଇଟ୍ କ୍ଲବ୍ ମାଲିକ ଗିରଫ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଓ ଗାଈ ଭୟ

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନକୁ ବୁଲା କୁକୁର ଏବଂ ଗାଈ ଭୟ। ବୁଲା...

ପିଠି ଯନ୍ତ୍ରଣାର କାରଣ ଜୋତା ନୁହେଁ ତ? ଏହି ସଙ୍କେତ ସୂଚାଇ ଦିଏ

ସମାଜ ଡିଜିଟାଲ ଡେସ୍କ: ଆମେ ବାହାରକୁ ବାହାରିବା ମାତ୍ରେ ସାଧାରଣତଃ ଜୋତା...

Related Articles

Popular Categories