ବରିଷ୍ଠ ଭେଷଜ ବିଶେଷଜ୍ଞ ଅସିତ ମଲ୍ଲିକ ଓ ଡାକ୍ତର ଶ୍ବେତାସିନୀ ରାୟଙ୍କ ଗୋପବନ୍ଧୁ ଚିକିତ୍ସାଳୟରେ ଯୋଗଦାନ

ଗୁରୁଡ଼ିଝାଟିଆ : ଲୋକସେବକ ମଣ୍ଡଳ ଓ ‘ସମାଜ’ ଦ୍ୱାରା ମାଧବପୁରଠାରେ ପ୍ରତିଷ୍ଠିତ ଗୋପବନ୍ଧୁ ଚିକିତ୍ସାଳୟରେ ବରିଷ୍ଠ ଭେଷଜ ବିଶେଷଜ୍ଞ ଡାକ୍ତର ଅସିତ କୁମାର ମଲ୍ଳିକ ଯୋଗଦାନ କରିଛନ୍ତି। ଡାକ୍ତର ମଲ୍ଲିକଙ୍କର ଭେଷଜ ଚିକିତ୍ସା ସହିତ ପେଟରୋଗ ଚିକିତ୍ସା କ୍ଷେତ୍ରରେ ସ୍ୱତନ୍ତ୍ର ପରିଚିତି ରହିଛି। କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ସ୍ନାତକୋତ୍ତର ଶିକ୍ଷା ସମାପ୍ତ ପରେ ରାଜ୍ୟର ବିଭିନ୍ନ ଭେଷଜ ମହାବିଦ୍ୟାଳୟରେ ସେବା ଯୋଗାଇ ଆସୁଛନ୍ତି। ଡାକ୍ତର ଶ୍ରୀ ମଲ୍ଲିକ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ଅବୈତନିକ ଭାବରେ ଗୋପବନ୍ଧୁ ଚିକିତ୍ସାଳୟରେ ରୋଗୀସେବା କରୁଛନ୍ତି। ସେହିଭଳି ଡାକ୍ତର ଶ୍ୱେତାସିନୀ ରାୟ କଟକ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟରୁ ଡାକ୍ତରୀ ଶିକ୍ଷା ସମାପ୍ତ ପରେ ଗୋପବନ୍ଧୁ ଚିକିତ୍ସାଳୟରେ ଚିକିତ୍ସକ ଭାବରେ ରୋଗୀସେବା ପ୍ରଦାନ କରୁଛନ୍ତି। ପ୍ରକାଶଯୋଗ୍ୟ ଗୋପବନ୍ଧୁ ଚିକିତ୍ସାଳୟରେ ୨୪ ଘଣ୍ଟିଆ ଡାକ୍ତରୀ ସେବା ଉପଲବ୍ଧ ଥିବାବେଳେ ବିଶେଷଜ୍ଞ ଚିକିତ୍ସକ ସେବା ଯୋଗାଉଛନ୍ତି। ଏଠାରେ ଏମଆରଆଇ, ସିଟିସ୍କାନ, ସ୍ୱତନ୍ତ୍ର ନିଦାନ କେନ୍ଦ୍ର, ଅତ୍ୟାଧୁନିକ ରଞ୍ଜନରଶ୍ମି ବିଭାଗ, ଦନ୍ତ ବିଭାଗ, ସ୍ୱତନ୍ତ୍ର ପ୍ରଯତ୍ନ କେନ୍ଦ୍ର, ଅଲଟ୍ରାସାଉଣ୍ଡ ଆଦି ପରୀକ୍ଷା କରାଯାଉଛି। ସରକାରଙ୍କ ପ୍ରଦତ୍ତ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା କାର୍ଡ଼ରେ ମଧ୍ୟ ରୋଗୀ ଏଠାରୁ ସେବା ପାଇପାରୁଛନ୍ତି।

kalyan agarbati

Comments are closed.