www.samajalive.in
Thursday, December 11, 2025
16.1 C
Bhubaneswar

ପଛକୁ ହଟୁନାହାନ୍ତି କୃଷକ

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ କୃଷି ଆଇନ ବିରୋଧରେ ଆନ୍ଦୋଳନ ଚଳାଇଥିବା କୃଷକ ସଂଗଠନଗୁଡିକ ସରକାରଙ୍କ ସହିତ ଆଲୋଚନା କରିବାକୁ ମନା କରିଛନ୍ତି। କୃଷି ଆଇନକୁ ପ୍ରତ୍ୟାହାର କରା ନଯିବା ପର୍ଯ୍ୟନ୍ତ ସରକାରଙ୍କ ସହିତ କୌଣସି ପ୍ରକାର ଆଲୋଚନା କରାଯିବ ନାହିଁ ବୋଲି କୃଷକମାନେ ଜିଦ୍‌ ଧରିଛନ୍ତି। ଅନ୍ୟପଟେ କୃଷକଙ୍କୁ ଆନ୍ଦୋଳନରୁ ହଟାଇବା ଲାଗି ବିଜେପି ସୋମବାର ମାନସମନ୍ଥନ କରିଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, କୃଷି ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର ଓ ଦଳର ବରିଷ୍ଠ ନେତାମାନେ ଏଥିପାଇଁ ରଣନୀତି ପ୍ରସ୍ତୁତ କରିଛନ୍ତି। କୃଷକ ସଂଗଠନର ନେତାମାନଙ୍କୁ ଆଲୋଚନା ସରକାର ଦ୍ବିତୀୟ ଥର ପାଇଁ ନିମନ୍ତ୍ରଣ କରିଛନ୍ତି। ସରକାର କହିଛନ୍ତି ଯେ ନୂଆ ଆଇନକୁ ନେଇ କୃଷକମାନଙ୍କର ଯେଉଁ ଉଦ୍‌ବେଗ ରହିଛି ତା’ ଉପରେ ଆଲୋଚନା କରିବା ପରେ ସମାଧାନ ଲାଗି ପଦକ୍ଷେପ ନେବେ। ତେବେ ସରକାରଙ୍କ ଏପରି ପ୍ରତିଶ୍ରୁତି କୃଷକ ସଂଗଠନଗୁଡିକୁ ଆଶ୍ବସ୍ତି ଦେଇପାରି ନାହିଁ। ସଂଗଠନଗୁଡିକ ଅଡି ବସିଛନ୍ତି ଯେ କୃଷି ଆଇନକୁ ପ୍ରଥମେ ପ୍ରତ୍ୟାହାର କରାଯାଉ। ତା’ ପରେ ଯାଇ କଥାବାର୍ତ୍ତା।
ସରକାରଙ୍କ କୃଷି ଆଇନ ବିରୋଧରେ କୃଷକ ସଂଗଠନଗୁଡିକ ‘ଦିଲ୍ଲୀ ଚଲୋ’ ନାମରେ ଚଳାଇଥିବା ଆନ୍ଦୋଳନ ସୋମବାର ପଞ୍ଚମ ଦିନରେ ପହଞ୍ଚିଛି। ପ୍ରଥମରୁ କୃଷକମାନଙ୍କୁ ଦିଲ୍ଲୀରେ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନଥିଲା। ପରେ ସେମାନଙ୍କୁ ଦିଲ୍ଲୀ ଅଭିମୁଖେ ଯିବାକୁ ଅନୁମତି ଦିଆଯାଇଥିଲା। କୃଷକମାନେ ଏବେ ଦିଲ୍ଲୀ-ହରିୟାଣା ସୀମା ସିଙ୍ଘୁ ଓ ଟିକ୍ରି ଠାରେ ରହି ଆନ୍ଦୋଳନ ଚଳାଇଛନ୍ତି। ପୁଲିସ ସେମାନଙ୍କୁ ଦିଲ୍ଲୀ ସନ୍ଥ ନିରଙ୍କରୀ ପଡିଆକୁ ଯିବାକୁ କହିଥିବାବେଳେ ସେମାନେ ଦିଲ୍ଲୀ ସୀମାକୁ ଅବରୋଧ କରି ରଖିଛନ୍ତି। ଆଗାମୀ ଦିନରେ ଦିଲ୍ଲୀର ସମସ୍ତ ପ୍ରବେଶ ପଥକୁ ସିଲ୍‌ କରିବାକୁ କୃଷକମାନେ ଯୋଜନା କରିଥିବା ଜଣାଯାଇଛି। କୃଷକଙ୍କ ଏହି ଯୋଜନାକୁ ନେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି। ସୋମବାର ଗୁରୁ ନାନକ ଜୟନ୍ତୀ ଅବସରରେ ପଞ୍ଜାବର କୃଷକମାନେ ଏଠାରେ ଦୀପ ଜାଳିଥିବା ଦେଖିବାକୁ ମିଳିଛି। ତେବେ ଆନ୍ଦୋଳକାରୀ କୃଷକଙ୍କ ମଧ୍ୟରେ କରୋନା ମହାମାରୀ ବ୍ୟାପିବାର ଆଶଙ୍କା କରି ସିଙ୍ଘୁ ସୀମାରେ ସ୍ବାସ୍ଥ୍ୟ ଶିବିର ସ୍ଥାପନ କରାଯାଇଛି। କୃଷକଙ୍କ କରୋନା ନମୁନା ପରୀକ୍ଷା ବ୍ୟବସ୍ଥା କରାଯାଇଛି। ଯଦି କେହି କୃଷକ ସଂକ୍ରମିତ ହୁଅନ୍ତି ତେବେ ସେ ସୁପର ​‌​‌ସ୍ପ୍ରେଡର ହୋଇପାରନ୍ତି ବୋଲି ଆଶଙ୍କା କରାଯାଇଛି। କୃଷକଙ୍କ ଆନ୍ଦୋଳନକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସମର୍ଥନ କରିଛନ୍ତି।

ଅନ୍ୟପଟେ ସରକାରଙ୍କ କୃଷି ଆଇନକୁ ନେଇ ଦେଶର କୃଷକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ଦେଶରେ କୃଷି ଓ କୃଷକଙ୍କ ଉନ୍ନତି ପାଇଁ ସରକାର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାକୁ କାର୍ଯ୍ୟକାରୀ କରିବା ଲାଗି ସରକାର ଏହି ଆଇନ ଆଣିଛନ୍ତି। ସୋମବାର ବାରାଣସୀରେ ଆୟୋଜିତ ଏକ ସମାବେଶରେ ଯୋଗ ଦେଇ ମୋଦୀ କହିଛନ୍ତି ଯେ ବିରୋଧୀ ଦଳଗୁଡିକ କୃଷି ଆଇନକୁ​‌ବିରୋଧରେ ଗୁଜବ ପ୍ରଚାର କରୁଛନ୍ତି। ଏହା ଏକ ନୂଆ ଯୋଜନା। ପୂର୍ବରୁ ସରକାରଙ୍କ ନିଷ୍ପତ୍ତିକୁ ବିରୋଧ କରାଯାଉଥିଲା। ଏବେ ସରକାରଙ୍କ ନିଷ୍ପତ୍ତି ବିରୋଧରେ ଗୁଜବ ପ୍ରଚାର କରାଯାଉଛି। ସୋମବାର ଅପରାହ୍ଣରେ ମୋଦୀ ତାଙ୍କ ନିର୍ବାଚନମଣ୍ଡଳୀରେଏକ ସମାବେଶରେ ଯୋଗ ଦେଇ ଜାତୀୟ ରାଜପଥର ସମ୍ପ୍ରସାରଣକୁ ଉଦ୍‌ଘାଟନ କରିଥିଲେ। ପ୍ରୟାଗରାଜ ଓ ବାରାଣସୀକୁ ସଂଯୋଗ କରୁଥିବା ୭୩ କିମିର ୬ ଲେନ୍ ବିଶିଷ୍ଟ ଏହି ରାଜପଥରେ ୨୪୪୭ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଏହି ଅବସରରେ ମୋଦୀ କାଶୀ ବିଶ୍ବନାଥ ମନ୍ଦିର କରିଡର ପ୍ରକଳ୍ପ ନିର୍ମାଣ କାର୍ଯ୍ୟର ସମୀକ୍ଷା କରିଥିଲେ ଓ ସାରନାଥ ପ୍ରତ୍ନତତ୍ତ୍ବ ସାଇଟ୍‌ରେ ଆଲୋକ ଓ ଶବ୍ଦ ସୋ’ ଦେଖିଥିଲେ। ପରେ ମୋଦୀ ବାରାଣସୀର ଗଙ୍ଗାନଦୀ କୂଳରେ ଆୟୋଜିତ ଦେବ ଦୀପାବଳୀରେ ଯୋଗ ଦେଇଥିଲେ।

Hot this week

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

ମାଲ୍ୟବନ୍ତ ମହୋତ୍ସବ ସ୍ଥଗିତ

ମାଲକାନଗିରି - ମାଲକାନଗିରି ଜିଲାରେ ଡିସେମ୍ବର ୪ ତାରିଖରେ ଏକ ମୁଣ୍ଡବିହୀନ...

ବନ୍ଧୁକ ବେପାର ବେଳେ ଦୁଇ ବେପାରୀଙ୍କୁ ମାଡି ବସିଲା ଏସ୍‌ଟିଏଫ୍‌

ଭୁବନେଶ୍ୱର - ନୂଆବର୍ଷ ପୂର୍ବରୁ ଦୁଇ ବନ୍ଧୁକ ବେପାରୀଙ୍କୁ ଗିରଫ କରିଛି...

Related Articles

Popular Categories