www.samajalive.in
Thursday, December 11, 2025
15.1 C
Bhubaneswar

ଜିନ୍ଦଲ ଷ୍ଟେନଲେସ ଆଣିଲା ଦେଶର ପ୍ରଥମ ବ୍ରାଣ୍ଡେଡ୍‍ ଚେକର୍ଡ ଷ୍ଟେନଲେସ ଷ୍ଟିଲ ସିଟ୍‍ ‘ଇନଫିନିଟି’

ଭୁବନେଶ୍ୱର: ଭାରତର ସର୍ବବୃହତ ଷ୍ଟେନଲେସ ଷ୍ଟିଲ ଉତ୍ପାଦନକାରୀ ଜିନ୍ଦଲ ଷ୍ଟେନଲେସ ଭାରତର ପ୍ରଥମ ହଟ୍‍ ରୋଲ୍‍ଡ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ‘ଇନଫିନିଟି’ ବ୍ରାଣ୍ଡ୍‍ ନାମରେ ପ୍ରଚଳନ କରିଛି । ସିଆଇଆଇ ଦ୍ୱାରା ଆୟୋଜିତ ଇଣ୍ଟରନ୍ୟାସନାଲ ରେଲୱେ ଇକ୍ୱିପମେଣ୍ଟ ଏକ୍‍ଜିବିସିନ ୨୦୨୧ ଅବସରରେ ଏହି ଉତ୍ପାଦର ବଜାର ପ୍ରବେଶ କରାଯାଇଛି । ଜିନ୍ଦଲ ପକ୍ଷରୁ ମିଳିତ ଭାବରେ ବ୍ରାଣ୍ଡିଂ କରାଯାଇଥିବା ଷ୍ଟେନଲେସ ଷ୍ଟିଲ ପାଇପ ଏବଂ ଟ୍ୟୁବ ଉତ୍ପାଦକୁ ଜିନ୍ଦଲ ସାଥୀ ବ୍ରାଣ୍ଡ୍‍ ନାମରେ ବଜାର ପ୍ରବେଶ କରାଯିବା ପରେ ବ୍ରାଣ୍ଡେଡ୍‍ ଉତ୍ପାଦ ବର୍ଗରେ ଏହା ଜିନ୍ଦଲ ଷ୍ଟେନଲେସର ଦ୍ୱିତୀୟ ପ୍ରୟାସ ହୋଇଛି । ଇନଫିନିଟିର ପ୍ରଚଳନ ସହିତ କମ୍ପାନୀ ଆଗାମୀ ୩ ବର୍ଷ ମଧ୍ୟରେ ୨୦% ବଜାର ଅଂଶ ଦଖଲ କରିବାକୁ ଲକ୍ଷ୍ୟ ରଖିଛି, ଏବଂ ଏହାଦ୍ୱାରା ଅଧିକ ୫୦୦ କୋଟି ଟଙ୍କାର ବ୍ୟବସାୟିକ ସାମର୍ଥ୍ୟ ସୃଷ୍ଟିହୋଇପାରିବ । ‘ଇନଫିନିଟି’ର ବଜାର ପ୍ରବେଶ ଅବସରରେ ପ୍ରକାଶ କରି ଜିନ୍ଦଲ ଷ୍ଟେନଲେସ୍‍ର ପରିଚାଳନା ନିର୍ଦ୍ଦେଶକ ଅଭ୍ୟୁଦୟ ଜିନ୍ଦଲ କହିଛନ୍ତି, ଆଗାମୀ କିଛିବର୍ଷ ମଧ୍ୟରେ ଆମେ ଏହି ବ୍ରାଣ୍ଡ୍‍ର ବାର୍ଷିକ ବିକ୍ରି ୪୦ ହଜାର ଟନ୍‍ ହାସଲ କରିବା ଲକ୍ଷ୍ୟ ରଖିଛୁ । ସୂଚନାଯୋଗ୍ୟ ଯେ ନୂଆ ଷ୍ଟେନଲେସ ଷ୍ଟିଲ ଚେକର୍ଡ ସିଟ୍‍ ଉଚ୍ଚମାନର ୪୦୯ଏମ ଗ୍ରେଡ ଷ୍ଟେନଲେସ ଷ୍ଟିଲରୁ ତିଆରି କରାଯାଉଛି । ଦକ୍ଷିଣ ଆଫ୍ରିକାର ଡିଭିଜନ ଅଫ ମ୍ୟାଟେରିଆଲ୍ସ, ସାଇନ୍ସ ଆଣ୍ଡ ଟେକ୍‍ନୋଲୋଜି, ସିଏସଆଇଆର ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ ଏହି ଗ୍ରେଡ୍‍ର ଷ୍ଟେନଲେସ ଷ୍ଟିଲରୁ ପ୍ରସ୍ତୁତ କରାଯାଉଥିବା ସିଟ୍‍ଗୁଡିକ ମାଇଲ୍ଡ ଷ୍ଟିଲରେ ନିର୍ମିତ ସିଟ୍‍ଗୁଡିକ ତୁଳନାରେ ୧୫୦ ଗୁଣରୁ ଅଧିକ କ୍ଷୟ ନିରୋଧୀ । କଳ କାରଖାନାଗୁଡିକର ଚଟାଣଠାରୁ ନେଇ ଯାନବାହନ (ବସ୍‍ ଓ ଟ୍ରକ)ର ପାହାଚ, ଚଟାଣ, ରେଳ ଧାରଣା ଉପରେ ରହିଥିବା ପୋଲ, ପାହାଚ, ଚଟାଣ ଆଦି କ୍ଷେତ୍ରରେ ଏହା ବ୍ୟବହାର କରାଯାଉଛି ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories