www.samajalive.in
Wednesday, December 10, 2025
26.1 C
Bhubaneswar

ବର୍ଷଶେଷ ପାର୍ବଣ ପୂର୍ବରୁ ବ୍ଲୁଡାର୍ଟର ଦୁଇଟି ବୃହତ ଅଫର

ମୁମ୍ବାଇ: ଭାରତର ଅଗ୍ରଣୀ ଏକ୍ସପ୍ରେସଲଜିଷ୍ଟିକ୍ସ ଯୋଗାଣକାରୀ ବ୍ଲୁଡାର୍ଟ ବର୍ଷଶେଷ ପାର୍ବଣ ୂର୍ବରୁ ଦୁଇଟି ଆକର୍ଷଣୀୟ ଅଫର ପ୍ରଚଳନ ସମ୍ପର୍କରେ ଘୋଷଣାକରିଛି । ତାହାହେଉଛି ‘ମେରୀଏକ୍ସପ୍ରେସ’ ଏବଂ ‘ଆସ୍ୟୋର୍ଡଗିଫ୍ଟ’ ଅଫର । କ୍ରିସମାସ ଉତ୍ସବ ପାଳନର ଉଷ୍ଣତା ଏବଂ ତାହାସହିତ ନବ ବର୍ଷର ଆନନ୍ଦ ଉଲ୍ଲାସକୁ ପରିବ୍ୟାପ୍ତ କରିବା ଉପରେ ଗୁରୁତ୍ୱ ଦେଇ ମେରୀଏକ୍ସପ୍ରେସ ଅଫର ସୁବିଧା ୨୦୨୧ ଡିସେମ୍ବର ୨୦ ତାରିଖରୁ ୨୦୨୨ ଜାନୁଆରୀ ୧୫ ତାରିଖ ପର୍ଯ୍ୟନ୍ତ ନିଆଯାଇପାରିବ । ଏହି ଅଫର୍‍ରେ ରହିଛି ୧୦ରୁ ୨୦ କିଲୋଗ୍ରାମ ଓଜନର ପାର୍ବଣକାଳୀନ ମିଠେଇ, ଉପହାର ଏବଂ ପୋଷାକ ଆଦି ସମସ୍ତ ପ୍ରକାର ଉପହାର ପ୍ରେରଣ ଉପରେ ବିରଳ ୪୦% ରିହାତି, ଅବଶ୍ୟ ଯାହା କେବଳ ଏହିସବୁ ସାମଗ୍ରୀ ମଧ୍ୟରେ ସୀମିତ ନୁହେଁ । ଏହାସହିତ ଏକ୍ସପ୍ରେସ ଲଜିଷ୍ଟିକ୍ସ ଯୋଗାଣକାରୀ ମଧ୍ୟ ‘ଆସ୍ୟୋର୍ଡଗିଫ୍ଟ’ ଅଫର ପ୍ରଚଳନ କରିଛି ଯାହାର ସୁବିଧା ୨୦୨୨ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ନିଆଯାଇପାରିବ । ସ୍ପାଇକର ସହିତ ମିଳିତ ଭାବରେ ଏହି ଆକର୍ଷଣୀୟ ଅଫର ପ୍ରଚଳନ କରାଯାଇଛି ଏବଂ ଏହା ସମଗ୍ର ଦେଶରେ ଥିବା ଯେକୌଣସି ବ୍ଲୁଡାର୍ଟ ଷ୍ଟୋରରେ ଘରୋଇ ଅଥବା ଆର୍ନ୍ତଜାତିକ ପ୍ରେରଣ ନିମନ୍ତେ ବୁକିଂ କରାଉଥିବା ସମସ୍ତ ରିଟେଲ ଗ୍ରାହକଙ୍କ ପାଇଁ ଉପଲବ୍ଧ ହେବ । ଏହି ଅଫର୍‍ର ସୁବିଧା ନେଉଥିବା ଗ୍ରାହକମାନେ ସେମାନଙ୍କ ପସନ୍ଦର ମାଗଣା ସ୍ପାଇକର ଉପହାର ପାଇବାକୁ ସମର୍ଥ ହେବେ । ସେମାନଙ୍କୁ ଏଥିପାଇଁ କେବଳ ସାମଗ୍ରୀ ପହଞ୍ଚାଣ ଏବଂ ପରିଚାଳନା ଖର୍ଚ୍ଚ ଦେବାକୁ ହେବ ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories