ଜି.ଉଦୟଗିରି: ଜି.ଉଦୟଗିରି ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମରେ ଶନିବାର ଗୋଟିଏ ନବଜାତ ଶିଶୁର ମୃତଦେହ ଜବତ ହୋଇଛି ।ଏକ ଢ଼ାବା ପାଖ ରାସ୍ତା କଡରେ ଥିବା ଏକ ବୁଦା ମୂଳରେ ନବଜାତ ଶିଶୁର ମୃତଦେହ ପଡିଥିବା ଗ୍ରାମବାସୀମାନେ ଦେଖିବା ପରେ ପୁଲିସକୁ ଖବର ଦେଇଥିଲେ । ଜି.ଉଦୟଗିରି ପୁଲିସ ଘଟଣାସ୍ଥଳରେ ପହଁଞ୍ଚି ଅନୁସନ୍ଧାନ ଚଳାଇଛି । ଶିଶୁଟି ଜନ୍ମ ହେବା ପରେ କେହି ଏଠାରେ ଫୋପାଡ଼ି ଦେଇଥିବାର ସନ୍ଦେହ କରାଯାଉଛି ।
Popular Categories



