ମାଲକାନଗିରି : କିଛି ଦିନର ନିରବତା ପରେ ପୁଣି ମାଓବାଦୀମାନେ ନିଜର ସ୍ଥିତି ଜାହିର କରିଛନ୍ତି । ଶନିବାର ମାଲକାନଗିରି ସୀମାନ ଛତିଶଗଡରେ ମାଓବାଦୀମାନେ ପୁଣି ବର୍ବରତା କାଣ୍ଡ ଭିଆଇଛନ୍ତି । ମାଓବାଦୀମାନେ ଜଣେ ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି l
ମିଳିଥିବା ସୂଚନା ଅନୁସାରେ, ଛତିଶଗଡ ଦନ୍ତେୱାଡା ଜିଲା ଛିଟା ଗୁଦୁରା ଗ୍ରାମ ପଞ୍ଚାୟତର ସରପଞ୍ଚ ଲଖମା ରାମ ମଂଡlବିଙ୍କୁ ଗତକାଲି ରାତିରେ ପ୍ରାୟ ୨୦ ଜଣ ମାଓବାଦୀ ଘରୁ ଡାକି ନେଇଥିଲେ । ପରେ ଅତି ନିର୍ମମ ଭାବେ ଗୁଳି କରି ହତ୍ୟା କରିଥିଲେ । ଦନ୍ତେୱାଡା ଜିଲ୍ଲାର ପୂର୍ବତନ ବିଧାୟକ ଭିମା ମାଣ୍ଡବୀଙ୍କୁ କିଛି ମାସ ତଳେ ମାଓବାଦୀ ମାନେ ହତ୍ୟା କରିଥିବା ବେଳେ ଏଠାରେ ଉପ ନିର୍ବାଚରେ ଲଖମା ରାମ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଥିବାରୁ ତାଙ୍କୁ ହତ୍ୟା କରାଯାଇଥିବା ପୁଲିସର ପ୍ରଥମିକ ତଦନ୍ତରୁ ଜଣାପଡିଛି l



