www.samajalive.in
Saturday, December 6, 2025
17.1 C
Bhubaneswar

ଓଡ଼ିଶାରେ ଦିନକରେ ୬୦୭୩ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୦୯୨

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୦୭୩ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରାଣ୍ଟାଇନରୁ ୩୫୨୨ ଏବଂ ସ୍ଥାନୀୟ ସଂକ୍ରମିତ ୨୫୫୧ ଜଣ ରହିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧାରୁ ସର୍ବାଧିକ ୧୦୯୨ ଜଣ ରହିଛନ୍ତି। ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ ମୟୁରଭଞ୍ଜରୁ ୧୪୯, ନବରଙ୍ଗପୁର ୨୦୬, ନୟାଗଡ ୧୧୦, ନୂଆପଡା ୪୦୦, ପୁରୀ ୨୨୬, ରାୟଗଡା ୭୭, ସମ୍ବଲପୁର ୧୫୮, ସୋନପୁର ୭୪, ସୁନ୍ଦରଗଡରୁ ୩୭୧ ଏବଂ ଷ୍ଟେଟପୁଲରୁ ୨୧୩ ଜଣ ଚିହ୍ନଟ ହୋଇଛନ୍ତି।
ସେହିଭଳି ଅନୁଗୁଳରୁ ୨୩୯, ବାଲେଶ୍ୱର ୭୮, ବରଗଡ ୨୮୬, ଭଦ୍ରକ ୬୫, ବଲାଙ୍ଗୀରରୁ ୪୫୭ ଜଣ ଚୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି ବଉଦରୁ ୬୪, କଟକ ୧୯୮, ଦେବଗଡ ୩୬, ଢେଙ୍କାନାଳ ୧୨, ଗଜପତି ୭୯, ଗଞ୍ଜାମ ୨୦୯, ଜଗତସିଂହପୁର ୬୨, ଯାଜପୁର ୧୦୭, ଝାରସୁଗୁଡା ୩୫୯, କଳାହାଣ୍ଡି ୨୭୭, କନ୍ଧମାଳ ୩୪, କେନ୍ଦ୍ରାପଡା ୬୪, କେନ୍ଦୁଝର ୨୬୬, କୋରାପୁଟ ୭୬ ଏବଂ ମାଲକାନଗିରିରୁ ୨୯ ଜଣ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ କରୋନା ସଂକ୍ରମିତଙ୍କ ମଧ୍ୟରୁ ୪୧୮୦ ଜଣ ନୂଆ ସୁସ୍ଥ ହୋଇଛନ୍ତି। ଇତିମଧ୍ୟରେ ମୋଟ ୯୯୫୪୭୩୯ ନମୁନା ପରୀକ୍ଷା କରାଯାଇସାରିଛି। ସେଥିମଧ୍ୟରୁ ୪୨୦୧୨୯ ସଂକ୍ରମିତ ଚିହ୍ନଟ ହୋଇଛି। ସଂକ୍ରମିତ ଲୋକଙ୍କ ମଧ୍ୟରୁ ମୋଟ ୩୬୭୧୧୧ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ତତ୍‍ସହିତ ରାଜ୍ୟରେ ୫୦୯୫୮ ଜଣ ସକ୍ରିୟ କରୋନା ସଂକ୍ରମିତ ରହିଥିବା ଜଣାଯାଇଛି।

Hot this week

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

Related Articles

Popular Categories