ରାଜ୍ୟରେ ଦିନକରେ ୧୨୩୯୦ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୨୨୦୧

ଭୁବନେଶ୍ୱର: ଓଡ଼ିଶାରେ ଗତ ୨୪ ଘଣ୍ଟା ମଧ୍ୟରେ ୧୨୩୯୦ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୨୦୧ ଜଣଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସଙ୍ଗରୋଧରୁ ୬୯୩୮ ଏବଂ ସ୍ଥାନୀୟ ସଂକ୍ରମିତ ୫୪୫୨ ଜଣ ରହିଛନ୍ତି। ରାଜ୍ୟରେ ଚିହ୍ନଟ କରାଯାଇଥିବା ନୂଆ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଅନୁଗୁଳରୁ ୫୩୨, ବାଲେଶ୍ୱର ୩୪୦, ବରଗଡ ୫୦୭, ଭଦ୍ରକ ୪୧୨, ବଲାଙ୍ଗୀର ୪୬୧, ବଉଦ ୨୨୮, କଟକ ୭୧୯, ଦେବଗଡ ୧୦୮, ଢେଙ୍କାନାଳ ଜିଲାରୁ ୧୭୪ ଜଣ ଅଛନ୍ତି। ସେହିଭଳି ଗଜପତିରୁ ୧୧୫, ଗଞ୍ଜାମ ୩୮୭, ଜଗତସିଂହପୁର ୨୫୯, ଯାଜପୁର ୪୩୬, ଝାରସୁଗୁଡା ୪୧୩, କଳାହାଣ୍ଡି ୨୧୦, କନ୍ଧମାଳ ୧୦୨, କେନ୍ଦ୍ରାପଡାରୁ ୧୩୭ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏମାନଙ୍କ ସହିତ କେନ୍ଦୁଝରରୁ ୨୦୮, କୋରାପୁଟ ୨୪୬, ମାଲକାନଗିରି ୧୦୩, ମୟୁରଭଞ୍ଜ ୪୮୦, ନବରଙ୍ଗପୁର ୩୬୨, ନୟାଗଡ ୩୦୧, ନୂଆପଡା ୨୦୪, ପୁରୀ ୪୬୯, ରାୟଗଡା ୧୮୭, ସମ୍ବଲପୁର ୬୭୭, ସୋନପୁର ୧୭୮, ସୁନ୍ଦରଗଡ ୮୮୨ ଏବଂ ଷ୍ଟେଟପୁଲରୁ ୩୫୨ ଜଣ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ଆଉ ୮୬୬୫ ଜଣ କରୋନାରୁ ସୁସ୍ଥ ହୋଇଛନ୍ତି। ଓଡ଼ିଶାରେ ମୋଟ ୧୦୭୬୯୩୧୨ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିରୁ ୫୮୮୬୮୭ କରୋନା ସଂକ୍ରମିତ ଚିହ୍ନଟ କରାଯାଇଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୮୨୩୪୫ ଜଣ ଆରୋଗ୍ୟ ଲାଭ କରିଥିବାବେଳେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ୧୦୪୦୧୬ ରହିଛି। ଦେଶର ମହାରାଷ୍ଟ୍ର, ଦିଲ୍ଲୀ, ଉତ୍ତରପ୍ରଦେଶ ଆଦି ରାଜ୍ୟରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଉଥିବାବେଳେ ଓଡ଼ିଶାରେ ତାହା ବୃଦ୍ଧିପାଉଥିବା ଚିନ୍ତାର ବିଷୟ ହୋଇଛି।

Comments are closed.