www.samajalive.in
Saturday, December 6, 2025
26.1 C
Bhubaneswar

ଦିନକରେ ରାଜ୍ୟରେ ନୂଆ ୧୧୧୦୮ ଆକ୍ରାନ୍ତ ଚିହ୍ନଟ; ଖୋର୍ଦ୍ଧାରୁ ୧୪୫୧

ଭୁବନେଶ୍ୱର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୧୧୧୦୮ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୫୧ ଜଣ ରହିଛନ୍ତି। ଏଥିସହିତ ଅନୁଗୁଳରୁ ୮୬୪, ବାଲେଶ୍ୱର ୫୦୯, ବରଗଡ ୩୩୯, ଭଦ୍ରକ ୪୮୯, ବଲାଙ୍ଗୀର ୨୯୮, ବଉଦ ୨୭୩ ଏବଂ କଟକ ଜିଲାରୁ ୯୪୪ ଜଣ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏହି ସମୟ ମଧ୍ୟରେ ଦେବଗଡରୁ ୧୨୫, ଢେଙ୍କାନାଳ ୧୩୧, ଗଜପତି ୧୫୭, ଗଞ୍ଜାମ ୨୧୪, ଜଗତସିଂହପୁର ୩୧୮, ଯାଜପୁର ୩୯୬, ଝାରସୁଗୁଡା ୧୧୩, କଳାହାଣ୍ଡିରୁ ୩୯ ଜଣଙ୍କୁ ଚିହ୍ନଟ କରାଯାଇଛି।
ଏଥିସହିତ କନ୍ଧମାଳ ଜିଲାରୁ ୧୩୨, କେନ୍ଦ୍ରାପଡା୧୫୦, କେନ୍ଦୁଝର ୧୬୯, କୋରାପୁଟ ୨୫୧, ମାଲକାନଗିରି ୧୦୦, ମୟୁରଭଞ୍ଜ ୬୩୫, ନବରଙ୍ଗପୁର ୩୫୭, ନୟାଗଡ ୩୩୨, ନୂଆପଡା ୧୧୪, ପୁରୀ ୪୭୩, ରାୟଗଡା ୨୦୯, ସମ୍ବଲପୁର ୩୮୪, ସୋନପୁର ୧୮୦, ସୁନ୍ଦରଗଡ ୭୦୮ ଏବଂ ଷ୍ଟେଟପୁଲରୁ ୨୫୪ ଜଣଙ୍କୁ ଚିହ୍ନଟ କରାଯାଇଛି।
ଗୋଟିଏ ଦିନରେ ଚିହ୍ନଟ ହୋଇଥିବା ନୂଆ କରୋନା ସଂକ୍ରମିତଙ୍କ ମଧ୍ୟରୁ ସଂଗରୋଧରୁ ୬୨୧୯ ଏବଂ ସ୍ଥାନୀୟ ସଂକ୍ରମିତ ୪୮୮୯ ଜଣ ରହିଛନ୍ତି। ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଆଉ ୧୦୮୮୧ ଜଣ ଆରୋଗ୍ୟ ଲାଭ କରିଛନ୍ତି। ଏପଯ୍ୟଁନ୍ତ ମୋଟ ୧୧୨୪୧୪୦୮ ନମୁନା ପରୀକ୍ଷା କରାଯାଇଥିବାବେଳେ ସେଥିମଧ୍ୟରୁ ୬୭୯୫୩୦ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୬୭୩୮୨ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି ଏବଂ ରାଜ୍ୟରେ ସଂପ୍ରତି ୧୦୯୬୩୯ ଜଣ ସକ୍ରିୟ ସଂକ୍ରମିତ ରହିଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦଥ୍ୟରୁ ଜଣାଯାଇଛି।

Hot this week

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

ଅପରାହ୍ନ ୨ଟା ମୁଖ୍ୟଖବର

() ରାଜଧାନୀରେ ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

ବିମାନ ଅଚଳାବସ୍ଥା: ଅପିଲ୍‌ କଲେ ସୋନୁ ସୁଦ୍‌

ନୂଆଦିଲ୍ଲୀ: ଗତ ୫ଦିନ ହେଲାଣି ଇଣ୍ଡିଗୋ ଏୟାରଲାଇନ୍ସରେ ଦେଖା ଦେଇଥିବା ଅଚଳାବସ୍ଥା...

ଟ୍ରମ୍ପଙ୍କୁ ମିଳିଲା ଫିଫାର ପ୍ରଥମ ଶାନ୍ତି ପୁରସ୍କାର

ସମାଜ ଲାଇଭ ଡ଼େସ୍କ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ନୂତନ...

ଦୁଇ କୁଖ୍ୟାତ ଅପରାଧି କାବୁ, କାର୍ବାଇନ୍ ଜବତ

ଭୁବନେଶ୍ୱର : ଚୋରା ବନ୍ଧୁକ କାରବାର କରୁଥିବା ଗ୍ୟାଙ୍ଗର ଦୁଇ କୁଖ୍ୟାତ...

Related Articles

Popular Categories