www.samajalive.in
Saturday, December 6, 2025
14.1 C
Bhubaneswar

ରାଜ୍ୟରେ ଦିନକରେ ୧୦ ହଜାର ୩୧ ନୂଆ ସଂକ୍ରମିତ ଚିହ୍ନଟ; ଖୋର୍ଦ୍ଧାରୁ ସର୍ବାଧିକ ୧୩୨୯

ଭୁବନେଶ୍ୱର: ରାଜ୍ୟରେ ଗୋଟିଏ ଦିନରେ ୧୦ ହଜାର ୩୧ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୩୨୯ ଜଣ ସଂକ୍ରମିତ ରହିଛନ୍ତି। ବଲାଙ୍ଗୀର ଜିଲାରୁ ୨୭୪, ନୟାଗଡ ୨୬୯, ଷ୍ଟେଟପୁଲ ୨୭୧, ମୟୁରଭଞ୍ଜ ୨୦୫, ବଉଦ ୧୮୩, କେନ୍ଦୁଝରରୁ ୧୬୬ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ସୁନ୍ଦରଗଡରୁ ୮୨୪, କଟକ ୭୨୦, ବରଗଡ ୪୫୦, କଳାହାଣ୍ଡି ୪୩୩, ଝାରସୁଗୁଡା ୪୧୮, ଯାଜପୁର ୩୨୮, ନୂଆପଡା ୩୧୧, ନବରଙ୍ଗପୁର ୩୦୬, ପୁରୀ ୭୦୮, ଅନୁଗୁଳ ୪୫୬, ସମ୍ବଲପୁର ୩୦୨, ଢେଙ୍କାନାଳ ୨୪୪, କେନ୍ଦ୍ରାପଡା ୨୪୩ ଏବଂ ଗଞ୍ଜାମରୁ ୨୦୯ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ଗୋଟିଏ ଦିନରେ ଭଦ୍ରକରୁ ୨୪୮ ଜଣ, ସୁବର୍ଣ୍ଣପୁର ୧୬୯, କୋରାପୁଟ ୧୪୨, ରାୟଗଡା ୧୩୨ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ଅନୁରୂପ ଭାବରେ ବାଲେଶ୍ୱର ୨୩୦, ଦେବଗଡ ୧୧୮, ଗଜପତି ୮୯, ଜଗତସିଂହପୁର ୧୧୫, କନ୍ଧମାଳ ୭୫, ମାଲକାନଗିରରୁ ୬୨ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ସଂଗରୋଧରୁ ୬୬୨୩ ଏବଂ ସ୍ଥାନୀୟ ସଂକ୍ରମିତ ୩୪୦୮ ରହିଛନ୍ତି।
ସବୁଠାରୁ ବଡକଥା ହେଉଛି ତାଲାବନ୍ଦ ସତ୍ତେ୍ୱ ଦୈନିକ ସଂକ୍ରମଣ ସଂଖ୍ୟା ୧୦ ହଜାର ତଳକୁ ଖସୁନାହିଁ। ଦୈନିକ ନୂଆ ସଂକ୍ରମଣରେ ଖୋର୍ଦ୍ଧା ଶୀର୍ଷସ୍ଥାନରେ ରହି ଚିନ୍ତା ବଢାଇଛି। ଅନୁରୂପ ଭାବରେ ସୁନ୍ଦରଗଡ ଓ କଟକର ମଧ୍ୟ ସଂକ୍ରମଣ ସ୍ତର ଉପରେ ରହୁଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories