www.samajalive.in
Sunday, December 7, 2025
14.1 C
Bhubaneswar

ବଜରଙ୍ଗବାଲିଙ୍କ ଏହି ଫଟୋକୁ ଭୁଲରେ ବି ଘରେ ରଖନ୍ତୁ ନାହିଁ

ହିନ୍ଦୁ ଧର୍ମରେ ପୂଜାପାଠର ସ୍ବତନ୍ତ୍ର ନିୟମ ରହିଛି। ଉତ୍ସବ-ପର୍ବରେ ଏହାର ଗୁରୁତ୍ୱ ଆହୁରି ବଢିଯାଏ। କେହି କେହି ଭଗବାନ ଶିବଙ୍କୁ ଅଧିକ ବିଶ୍ୱାସ କରନ୍ତି, ଆଉ କେତେକ ଭଗବାନ କୃଷ୍ଣ ଏବଂ ବିଷ୍ଣୁଙ୍କୁ। କେତେକ ପୱନପୁତ୍ର ହନୁମାନଙ୍କୁ ଭକ୍ତି କରନ୍ତି। ଘରେ ନିୟମିତ ପୂଜା କରିବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। ସେହିଭଳି ଘରେ ଭଗବାନଙ୍କ ମୂର୍ତ୍ତି କିମ୍ବା ଫଟୋ ଲଗାଇବା ଦ୍ବାରା ନକାରାତ୍ମକ ଶକ୍ତି ଦୂର ହୋଇଥାଏ। କିନ୍ତୁ ଏଭଳି କିଛି ଫଟୋ ରହିଛି, ଯାହାକୁ ଘରେ ଲଗାଇବା ଦ୍ବାରା ଅଶାନ୍ତି ବୃଦ୍ଧି ପାଇବା ସହ ବିପଦ ମାଡି ଆସିଥାଏ।

ହିନ୍ଦୁ ଧର୍ମରେ, ଭଗବାନଙ୍କ କ୍ରୋଧିତ ବା ଅସ୍ତ୍ରଶସ୍ତ୍ର ଧରିଥିବା ଫଟୋ ଘରେ ଲଗାଇବାକୁ ବାରଣ କରାଯାଇଛି। ଏପରି ପରିସ୍ଥିତିରେ ଯଦି ଆପଣଙ୍କ ଘରେ ହନୁମାନଙ୍କର ଏପରି ଚିତ୍ର ରଖିଛନ୍ତି, ଯେଉଁଥିରେ ସେ ଛାତି ଚିରିଥିବାର ଦେଖାଯାଉଛି, ତେବେ ଏପରି  ଫଟୋ ରଖିବା ଅନୁଚିତ୍ ।

- Advertisement -

ଯଦି ଯେଉଁ ଫଟୋରେ ହନୁମାନ ଭଗବାନ ଶ୍ରୀ ରାମ ଏବଂ ଲକ୍ଷ୍ମଣଙ୍କୁ ନିଜ କାନ୍ଧରେ ରଖିଛନ୍ତି, ଏହି ଫଟୋ ରଖିବା ଅନୁଚିତ୍।

ଯେଉଁ ଚିତ୍ରରେ ହନୁମାନ ସଞ୍ଜୀବନୀ ପର୍ବତ ସହ ଉଡୁଛନ୍ତି, ତାହାକୁ ଘରେ ରଖିବା ଶୁଭ ବୋଲି ବିବେଚନା କରାଯାଏ ନାହିଁ।

ଭଗବାନ ହନୁମାନଙ୍କ ଲଙ୍କା ଜାଳିବା ସମୟରେ ଚିତ୍ର ରଖିବା ଉଚିତ୍ ନୁହେଁ।

ଏହି ଫଟୋ ଘରେ ରଖିବା ଶୁଭ

ଯେଉଁ ଚିତ୍ରରେ ଭଗବାନ ହନୁମାନ ହଳଦିଆ ରଙ୍ଗର ପୋଷାକରେ ଥିବେ, ତାହାକୁ ଘରେ ରଖିବା ଶୁଭ ବୋଲି ବିଶ୍ବାସ କରାଯାଏ। ଏହା ଦ୍ବାରା ସୁଖ ଏବଂ ସମୃଦ୍ଧତା ବୃଦ୍ଧି ପାଇଥାଏ।

ଘରର ମୁଖ୍ୟ ପ୍ରବେଶ ଦ୍ୱାରରେ ପଞ୍ଚମୁଖୀ ହନୁମାନଙ୍କର ଚିତ୍ର କିମ୍ବା ପ୍ରତିମା ଲଗାଇବା ଦ୍ବାରା ନକାରାତ୍ମକ ଶକ୍ତି ପ୍ରବେଶ କରେ ନାହିଁ।

ଯେଉଁଥିରେ ହନୁମାନ ପ୍ରଭୁ ରାମଙ୍କ ସେବାରେ ଅବତୀର୍ଣ୍ଣ ହୋଇଥିବେ, ତାହାକୁ ଘରେ ରଖିଲେ ଅର୍ଥର ଅଭାବ ହୁଏ ନାହିଁ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories